ଆଧାର ଯୋଡନ୍ତୁ ୧୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ । ଜାଣନ୍ତୁ ସରକାରଙ୍କ କେଉଁ ଯୋଜନାରେ ମିଳୁଛି ଏଭଳି ସୁବିଧା

33

ସରକାରଙ୍କ ଘୋଷଣା ପରେ ପରେ ଏବେ ଉଭୟ ସରକାରୀ ଓ ବେସରକାରୀ ସେବା ବା ଯୋଜନାର ଲାଭ ଉଠାଇବାକୁ ହେଲେ ଜଣେ ବ୍ୟକ୍ତି ପାଖରେ ଆଧାର କାର୍ଡ ରହିଥିବା ବାଧ୍ୟତାମୂଳକ । ତେବେ ଏଭଳି ନିର୍ଦ୍ଦେଶମାନା ପରେ ଏବେ ଲୋକେ ଆଧାରକୁ ବିଭିନ୍ନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବାରେ ପୂରା ଦମରେ ଲାଗି ପଡିଛନ୍ତି । ହେଲେ ଆପଣ ଜାଣି ଖୁସି ହେବେ କି ଆଧାର ଲିଙ୍କ କରିବା ଦ୍ୱାରା ଆପଣ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଜିତିପାରିବେ । ର୍ଥାତ୍ ଯଦି ଆପଣ ଆପଣଙ୍କୁର ଆଧାର କାର୍ଡକୁ ଲିଙ୍କ କରନ୍ତି ତେବେ ଆପଣ ପାଖାପାଖି ୧୦ ହଜାର ଟଙ୍କା ରୋଜଗାର କରିପାରିବେ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା . . .

ସୂଚନା ଅନୁସାରେ, ଚଳିତବର୍ଷ ଜୁନ୍ ମାସ ପୂର୍ବ ହିଁ ନିଜର ଆଧାର ନମ୍ବରକୁ ଆଇଆରସିଟିସି ସହ ଲିଙ୍କ୍ କରିବାକୁ ପଡିବ । ଯାହାଦ୍ୱାରା ଆପଣ ୧୦ ହଜାର ଟଙ୍କା ଜିତିବାର ହକଦାର ହୋଇପାରିବେ । ଆଇଆରସିଟିସିକୁ ଆଧାର ସହ ଲିଙ୍କ କରିବା ଦ୍ୱାରା ଆପଣ ପ୍ରତି ମାସ ୧୨ଟି ଟିକେଟ ବୁକ୍ କରିପାରିବେ । ଯେଉଁମାନଙ୍କର ଆକାଉଂଟ ଆଧାର ସହ ଲିଙ୍କ ହୋଇନାହିଁ ସେମାନେ କେବଳ ୬ଟି ଟିକେଟ ହିଁ ବୁକ୍ କରିପାରିବେ । ଆଇଆରସିଟିସିର ଲକି ଡ୍ର ସ୍କିମରେ ପ୍ରତିମାସର ଦ୍ୱିତୀୟ ସପ୍ତାହରେ ଗୋଟିଏ ଲେଖାଏଁ ଲକି ଡ୍ର ବାହାର କରାଯିବ । ଯାହାକି କମ୍ପ୍ୟୁଟରାଇଜଡ ହେବ । ଏହି ଯୋଜନାରେ ପ୍ରତିମାସ ୫ ଜଣଙ୍କୁ ୧୦ ହଜାର ଟଙ୍କା ଆଇଆରସିଟିସି ଦେବ ।

ଭାରତୀୟ ରେଳ ମନ୍ତ୍ରାଳୟ ସୂଚନା ଅନୁସାରେ, ଆଧାର ଲିଙ୍କ କରିବା ପରେ ଯେତେବେଳେ ବି ଆପଣ ଆପଣଙ୍କର ଆଇଆରସିଟିସି ଆକାଉଟରୁ ଟିକେଟ ବୁକ କରିବେ ତେବେ ଆପଣଙ୍କର ପିଏନଆର ନମ୍ବର ଏହି ଯୋଜନାରେ ସାମିଲ ହୋଇଯିବ । ପୁଣି କମ୍ପ୍ୟୁଟର ଜରିଆରେ ଆପଣ ପ୍ରତିମାସ ୫ ବିଜେତା ଚୟନ କରାଯିବ । ଯେଉଁ ଯେଉଁ ମାସ ଆପଣ ଟିକେଟ ବୁକିଂ କରିବେ ତାର ଠିକ୍ ପରବର୍ତ୍ତି ମାସର ପ୍ରଥମ ସପ୍ତାହରେ ଆପଣଙ୍କୁ ଜଣାପଡିଯିବକି ଆପଣ ଏଥିରେ ଜିତିଛନ୍ତି ନା ହାରିଛନ୍ତି ।

ଏହି ଯୋଜନାରେ ବିଜେତାଙ୍କର ସୂଚନା ଆଇଆରସିଟିସିର ଅଫିସିଆଲ ସାଇଟରେ ଉପଲବ୍ଧ ହେବ । ରେଜିଷ୍ଟର ଇମେଲ ଆଇଡିରେ ଏହି ତଥ୍ୟ ଆଇଆରସିଟିସି ପକ୍ଷରୁ ପ୍ରଦାନ କରାଯିବ ।ଏଠାରେ ଆମେ କହି ରଖୁଛୁ କି, ଏହି ଯୋଜନା ଡିସେମ୍ବର ୨୦୧୭ରୁ ଆରମ୍ଭ ହୋଇସାରିଛି ଏବଂ ଚଳିତମାସ ଜୁନ୍ ପର୍ଯ୍ୟନ୍ତ ଚାଲୁ ରହିବ ।