ସ୍ମାର୍ଟଫୋନ ହେଉ କିମ୍ବା ଲ୍ୟାପଟପ, ଏହିସବୁ ଡିଭାଇସଗୁଡିକରେ ୟୁଜର୍ସ ଇଂଟରନେଟ ବ୍ୟବହାର କରିଥାନ୍ତି ଏବଂ ଇଂଟରନେଟ୍ ଜରିଆରେ ଏଥିରେ ଅନେକଗୁଡିଏ ଫାଇଲ ମଧ୍ୟ ଡାଉନଲୋଡ କରିଥାନ୍ତି ଯେଉଁଥିରେ ପିଡିଏଫ, ମ୍ୟୁଜିକ୍ ଏବଂ ସିନେମା ଆଦି ଫାଇଲ ସାମିଲ ରହିଛି ଆଉ ଏହିସବୁ ଫାଇଲ ମାଧ୍ୟମରେ ଆସୁଥିବା ଭାଇରସରୁ ରକ୍ଷା ପାଇବା ପାଇଁ ୟୁଜର୍ସ ବିଭିନ୍ନ ପ୍ରକାରର ଆଂଟି ଭାଇରସର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏହା ଜରୁରୀ ନୁହେଁ କି ସବୁ ଆଂଟି ଭାଇରସ ଆପଣଙ୍କର ଡିଭାଇସକୁ ସୁରକ୍ଷିତ ରଖିବାରେ ସଫଳ ହୋଇଥାଏ ।

Advertisment

publive-imageକାରଣ, ଅଧିକାଂଶ ସମୟରେ ଏଭଳି ମାମଲା ସାମ୍ନାକୁ ଆସିଥାଏ କି, ଇଂଟରନେଟରୁ ଡାଉନଲୋଡିଂ ଜରିଆରେ ବିଭିନ୍ନ ପ୍ରକାରର ଭାଇରସ ଡିଭାଇସକୁ ଚାଲି ଆସିଥାଏ । ତେଣୁ ଏହି ସମସ୍ୟାରୁ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଟୁଲ୍ସ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା କି ଭାଇରସଠାରୁ ଆପଣଙ୍କ ମୋବାଇଲକୁ ସୁରକ୍ଷା ଦେଇଥାଏ । ତେବେ ଆସନ୍ତୁ ଜାଣିବା ।

କିପରି କାମ କରିଥାଏ ଟୁଲ

publive-imageଏହି ଟୁଲ ଡିଭାଇସରେ ଥିବା ପ୍ରତିଟି ଫାଇଲକୁ ତଦାରଖ କରିଥାଏ । ଏଥିସହିତ ଚିହ୍ନଟ କରିଦିଏ କି ଫାଇଲରେ ମାଲୱେୟର, ଟ୍ରୋଜନ କିମ୍ବା ଅନ୍ୟ କୌଣସି ଭାଇରସ ରହିଛି କି ନାହିଁ । ଏହି ଟୁଲ ୟୁଜର୍ସଙ୍କୁ ୧୨୮ ଜିବି ପର୍ଯ୍ୟନ୍ତ ଫାଇଲ ଅପଲୋଡ କରିବାକୁ ଅନୁମତି ଦେଇଥାଏ । ଏଥିରେ ଏକ ସେଫ୍ ଓ ମିଟର ମଧ୍ୟ ଦିଆଯାଇଛି ଯାହାଦ୍ୱାରା ଆପଣଙ୍କୁ ଭାଇରସ ଏବଂ ସ୍କାନିଂ କରିବାର ସମସ୍ତ ଡିଟେଲ୍ସ ମିଳିଯିବ ।

କିପରି କରିବେ ତଦାରଖ

publive-imageଏଥିପାଇଁ ମୋଜିଲା ଫାୟରଫକ୍ସ କିମ୍ବା କ୍ରୋମରେ ଅନେକ ପ୍ରକାରର ଆଡ-ଅନ୍ସ ଉପଲବ୍ଧ ରହିଛି । ଏହା ଆପଣଙ୍କୁ କୌଣସି ବି ଭାଇରସ ଦ୍ୱାରା ପ୍ରଭାବିତ ୱେବସାଇଟକୁ ଯିବା ସମୟରେ ଚେତାବନୀ ଦେଇଥାଏ । ଏହାବ୍ୟତୀତ ଆପଣ ଯେଉଁ ୱେବସାଇଟ୍ ଚେକ୍ କରିବାକୁ ଚାହୁଁଛନ୍ତି ତା’ର ୟୁଆରଏଲ ପେଷ୍ଟ କରି ଚେକ୍ କରିପାରିବେ । ଯାହାଦ୍ୱାରା ଆପଣ ଜାଣିପାରିବେ କି ଯେଉଁ ୱେବସାଇଟକୁ ଆପଣ ଖୋଲିବାକୁ ଚାହୁଁଛନ୍ତି ତାହା ସୁରକ୍ଷିତ ନା ଅସୁରକ୍ଷିତ ଅଟେ ।

ସୌଜନ୍ୟ: ଦୈନିକ ଜାଗରଣ