କନକ ବ୍ୟୁରୋ : ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଛନ୍ତି ବାଚସ୍ପତି । ପ୍ରଥମ ଚିଠିରେ ୨୦୧୮ ର ଦିଆଯାଇଥିବା ସମସ୍ତ ତଥ୍ୟକୁ ସଂଲଗ୍ନ କରି ପଠା ଯାଇଛି । ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି । ଏଥିରେ ବାଚସ୍ପତି ଉଲେଖ କରିଛନ୍ତି ଯେ ୨୦୧୮ ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି ବିଭାଗ ନିକଟରେ କିପରି ପହଞ୍ଚିନାହିଁ ସେ ସଂକ୍ରାନ୍ତରେ  ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି । ସ୍ପିଡ ପୋଷ୍ଟ ଓ ଇମେଲରେ ଚିଠି ପଠାଯାଇଥିବା କହିଛନ୍ତି ବାଚସ୍ପତି । ବିଭାଗ ତରଫରୁ ପଠାଯାଇଥିବା ଚିଠିର ଉତ୍ତର ନଦେଲେ ବି ମୁଁ ପଠାଇଥିବା ଚିଠିର ଉତ୍ତ ର ନିଶ୍ଚୟ ମିଳିବ ବୋଲି କହିଛନ୍ତି ବାଚସ୍ପତି । ଆଉ ଏହାପରେ ବିଧାନ ପରିଷଦକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱରେ ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିପାରେ ।

Advertisment

ଏହାପୂର୍ବରୁ  ଓଡିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ ଗୃହରେ ଉତର ରଖି କହିଥିଲେ, ଓଡିଶା ତରଫରୁ କୌଣସି ଔପଚାରିକ ପ୍ରସ୍ତାବ ଆସିନାହିଁ ।

- ଏବେ ୬ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି

- ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତରପ୍ରଦେଶରେ ବିଧାନପରିଷଦ ଅଛି

- ଆସାମ, ରାଜସ୍ଥାନ, ପଶ୍ଚିମବଙ୍ଗ ବିଧାନ ପରିଷଦ ପାଇଁ ପ୍ରସ୍ତାବ ପାରିତ କରିଛନ୍ତି

କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତର ଦୁଇଟି ବିବାଦୀୟ ଦିଗକୁ ସାମ୍ନାକୁ ଆଣିଥିଲା । ରାଜ୍ୟର ସଂକଳ୍ପ ସଂକ୍ରାନ୍ତରେ କେନ୍ଦ୍ର ପାଖରେ ସତରେ ଖବର ନାହିଁ ନା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ସଂକଳ୍ପ ରାଜ୍ୟର କେବଳ ଏକ ନିର୍ବାଚନୀ ଧୂଆଁବାଣ ଥିଲା?

୭ ଜାନୁଆରୀ, ୨୦୧୫

ତତ୍କାଳୀନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ବିଧାନ ପରିଷଦ ବାବଦରେ ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ କରାଯାଇଥିଲା । ଯେଉଁ ଟିମ୍ ଅନ୍ୟ ରାଜ୍ୟକୁ ଗସ୍ତ କରି ସେଠାରେ ଗୃହର ପରିଚାଳନା ନେଇ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ ।

୨୪ ଅଗଷ୍ଟ, ୨୦୧୮

ରାଜ୍ୟ କ୍ୟାବିନେଟରେ ବିଧାନ ପରିଷଦ ସଂକ୍ରାନ୍ତୀୟ ସଂକଳ୍ପ ପାରିତ ହୋଇଥିଲା ।

୬ ସେପଟେମ୍ବର, ୨୦୧୮

ବିଧାନସଭାରେ ପାରିତ ହୋଇଥିଲା ବିଧାନ ପରିଷଦ ସଂକଳ୍ପ । ବିଜେପି ଓ କଂଗ୍ରେସ ସେହି ସମୟରେ ଏହାକୁ ବିରୋଧ କରିଥିଲେ । ଏହାପରେ ପ୍ରତି ସଂସଦ ଅଧିବେଶନ ଆଗରୁ ବିଜେଡି ସାଂସଦ ବିଧାନ ପରିଷଦ କଥା ସଂସଦରେ ଉଠାଇବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିଲେ । ବିଜେଡି ସାଂସଦ ବି ସଂସଦରେ ବିଲ୍ ଆଣିବାକୁ ଦାବି କରିସାରିଛନ୍ତି । ୨୦୧୯ରେ କେନ୍ଦ୍ର ଡାକିଥିବା ସର୍ବଦଳୀୟ ବୈଠକରେ ଏ ନେଇ ବିଧିବଦ୍ଧ ଭାବେ ଦାବି ଉପସ୍ଥାପନ କରିଥିଲା ବିଜେଡି ।

ତେବେ ବିଧାନପରିଷଦ ଗଠନ ବିବାଦ ସାମ୍ନାକୁ ଆସିବା ପରେ ବିଜେଡି କହିଥିଲା, ପୂର୍ବରୁ ପାର୍ଲାମେଂଟରେ ଏ ନେଇ ପ୍ରସଙ୍ଗ ଉଠିଛି । ସେତେବେଳେ କେନ୍ଦ୍ର ସରକାର କିଛି କହିନଥିଲେ । ଏବେ ପ୍ରସ୍ତାବ ମିଳିନଥିବା  କଥା କିଭଳି କହୁଛନ୍ତି ? ଆଉ ଏହାର ଜବାବରେ ବିଜେପି କହିଥିଲା, ବହୁତ ଚିଠି ରାଜ୍ୟ ସରକାର ଲେଖନ୍ତିି । କିନ୍ତୁ କେନ୍ଦ୍ର ପାଖରେ ଏହା ପଂହଚେ ନାହିଁ ।

ତେବେ ରାଜ୍ୟରେ ବିଧାନ ପରିଷଦ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ, କେତେ ସଦସ୍ୟ ରହିବେ, ପରିଷଦ କେଉଁଠି ଚାଲିବ ସେନେଇ ସମସ୍ତ ଦିଗ ପୂର୍ବରୁ ଚୂଡାନ୍ତ ହୋଇଯାଇଥିଲା ।

- ମୋଟ ୪୯ ସଦସ୍ୟ ବିଧାନ ପରିଷଦରେ ରହିବେ

- ଆର୍ଥିକ ବର୍ଷରେ ୩୫ କୋଟିର ବୋଝ ପଡିବ

- ପୁରୁଣା ବିଧାନସଭା ବିଲଡିଂରେ ଏହା କାର୍ଯ୍ୟ କରିବ

- ୧୬ ସଦସ୍ୟ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହେବେ

- ଜିଲ୍ଲା ପରିଷଦ, ପଂଚାୟତ ସମିତି, କାଉନସିଲର ସମାନ ସଂଖ୍ୟକ ସଦସ୍ୟ ବାଛିବେ

- ସଦସ୍ୟ ଭାବେ ନିର୍ବାଚିତ ହେବାକୁ ସର୍ବନିମ୍ନ ବୟସ ୩୦ ରହିବ