ଗୃହରେ କୋଭିଡ ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତିଙ୍କ ରୁଲିଂ । ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ରୁଲିଂ କରିଛନ୍ତି ବାଚସ୍ପତି ।

Advertisment
ଗୃହରେ କୋଭିଡ ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତିଙ୍କ ରୁଲିଂ । ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ରୁଲିଂ କରିଛନ୍ତି ବାଚସ୍ପତି ।

କନକ ବ୍ୟୁରୋ : ଯାଞ୍ଚ ହେବ କୋଭିଡ ହସ୍ପିଟାଲର ସ୍ଥିତି । କେମିତି ଚାଲିଛି କୋଭିଡ ପରିଚାଳନା । ବିଭାଗୀୟ ମନ୍ତ୍ରୀ ଏକ ଟିମ୍ ଗଠନ କରି ସ୍ଥିତି ଯାଂଚ କରିବା ପାଇଁ ବିଧାନସଭାରେ ରୁଲିଂ ଦେଇଛନ୍ତି ବାଚସ୍ପତି । ବିଧାନସଭାରେ କୋଭିଡ ହସ୍ପିଟାଲ ପରିଚାଳନା ଅବ୍ୟବସ୍ଥା ବାରମ୍ବାର ଅଭିଯୋଗ କରିଥିଲେ ବିଧାୟକମାନେ । ବିଧାୟକଙ୍କ ଅଭିଯୋଗକୁ ଆଧାର କରି ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ସ୍ଥିତି ଯାଂଚ ନେଇ ବାଚସ୍ପତିଙ୍କ ରୁଲିଂ ଦେଇଛନ୍ତି ।

ବିଧାନସଭା ଅଧିବେଶନ ବେଳେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରଥିଲା ବିରୋଧୀ । ଏନେଇ ଗୃହରେ ବିରୋଧୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ଆଜି ବାଚସ୍ପତି ହସ୍ପିଟାଲ ଯାଞ୍ଚ କରିବାକୁ ରୁଲିଂ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe