ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତିଙ୍କ ରୁଲିଂ । କାଲି ଉତ୍ତର ରଖିବେ ମନ୍ତ୍ରୀ । ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ ବାପା, ମା

240

କନକ ବ୍ୟୁରୋ : ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତିଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ଏନେଇ କାଲି ଗୃହରେ ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ଦଳ ୪ଟି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି ।

ବାପା, ମା’ ସୁରକ୍ଷ ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଛନ୍ତି । ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନୟାଗଡରେ ୩ ମାସ ହେଲା ମାମଲା ହୋଇଛି । ଜିଲ୍ଲାରେ ଜଣେ ମନ୍ତ୍ରୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆସିଛି । ଗୃହରାଷ୍ଟ୍ର ମନ୍ତ୍ରୀ ଗୃହରେ ସବୁ ଶୁଣିଛନ୍ତି । କାଲି ବିସ୍ତୃତ ଉତ୍ତର ଦେବାକୁ ମୁଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ବାଚସ୍ପତି କହିଛନ୍ତି ।

ବିଧାନସଭା ଆଗରେ କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀ ଆଜି ଆତ୍ମହୁତି ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଥିବା ବେଳେ କିରୋସିନ ଓ ଦିଆସିଲ ଜବତ କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡର ବୋଲି ଜଣାପଡିଛି ।

ତେବେ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଝିଅ ପରିକୁ ମାରିଦିଆଯାଇଛି । କିଡନୀ, ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉନି ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି । ତେବେ ଏହି ଘଟଣାରେ ବାପା, ମା ମନ୍ତ୍ରୀ ଅରୁଣ ସାହୁ ଓ ଅନ୍ୟ ଜଣେ ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି ।