କନକ ବ୍ୟୁରୋ : ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ କନ୍ୟା ଅଞ୍ଜଳୀ ବିର୍ଲାଙ୍କୁ ନେଇ କିଛିଦିନ ହେବ ସୋସିଆଲ ମିଡିଆରେ ଅନେକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଥିଲା । ଆଇଆରଏସ ଅଧିକାରୀ ଅଞ୍ଜଳୀ ବିର୍ଲା ହଠାତ ଆଜି ଦିଲ୍ଲୀ ହାଇକୋର୍ଟରେ ପହଂଚି ଏକ ମାନହାନୀ ମାମଲାଦ ଦାଏର କରିଛନ୍ତି । ତମାମ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ ସେ ମାମଲା ଦାଏର କରିଛନ୍ତି । ଏହି ସୋସିଆଲ ମିଡିଆରେ ତାଙ୍କ ନାମରେ ଅନେକ ମିଥ୍ୟା ଖବର ପ୍ରସାରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଅଭିଯୋଗ ହେଉଛି କି ଓମ୍ ବିର୍ଲାଙ୍କ ପ୍ରଭାବରେ ତାଙ୍କ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ପାସ୍ କରିଦିଆଯାଇଥିଲା ।

Advertisment

ଅଞ୍ଜଳୀ କରିଥିବା ମାନହାନୀ ମାମଲାରେ ଏକଥା ମଧ୍ୟ ଉଠାଇଛନ୍ତି କି, ଅନେକ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ନାମରେ ଭ୍ରମ ଓ ମିଥ୍ୟା ସୂଚନା ଦିଆଯାଉଛି । ଏହାକୁ ସେ ଅପମାନଜନକ ପ୍ରକୃତି ବୋଲି କହିଛନ୍ତି । ଫଳରେ ତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଛି ବୋଲି ସେ କହିଛନ୍ତି ।

ସେପଟେ ଏହି ମାମଲାର ତୁରିତ ବିଚାର ପାଇଁ ଜଷ୍ଟିସ ନବୀନ ଚାୱଲାଙ୍କ ପୀଠ ପ୍ରତିଶ୍ରୁତି ଦେଇଛି । ଅଞ୍ଜଳୀଙ୍କ ତରଫରୁ ବରିଷ୍ଠ ଓକିଲ ରାଜୀବ ନାୟର ତକ୍ରାଳ ଏହି ମାମଲାକୁ ସୂଚୀବଦ୍ଧ କରି ଶୁଣାଣି କରିବାକୁ ଦାବି କରିଥିଲେ । ଅଞ୍ଜଳୀ କହିଛନ୍ତି କି, କିଛି ଲୋକ ସତ୍ୟ ନ ଜାଣି ବିନା ପ୍ରମାଣରେ ତାଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି । ଏହାସହ ତାଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କଥା ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।