କିଏ ହେବେ ଲୋକସଭା ବାଚସ୍ପତି ? ତୁଟିଲା ପରମ୍ପରା, ଇତିହାସରେ ପ୍ରଥମ ଥର ହେବ ବାଚସ୍ପତି ନିର୍ବାଚନ । ଶାସକ-ବିରୋଧୀ ମୁହାଁମୁହିଁ ।

Advertisment
କିଏ ହେବେ ଲୋକସଭା ବାଚସ୍ପତି ? ତୁଟିଲା ପରମ୍ପରା, ଇତିହାସରେ ପ୍ରଥମ ଥର ହେବ ବାଚସ୍ପତି ନିର୍ବାଚନ । ଶାସକ-ବିରୋଧୀ ମୁହାଁମୁହିଁ ।

କନକ ବ୍ୟୁରୋ: ଭାରତ ରାଜନୀତି ଇତିହାସରେ ଯାହା ଘଟି ନଥିଲା, ତାହା ହେବାକୁ ଯାଉଛି। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ। ବାଚସ୍ପତି ପଦ ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଶାସକ ଏନଡିଏ ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଥିବା ବେଳେ ବିରୋଧୀ କେ. ସୁରେଶଙ୍କୁ ନିଜର ପ୍ରାର୍ଥୀ ବାଛିଛନ୍ତି।

ତୁଟିଲା ପରମ୍ପରା । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ହେବ ଲୋକସଭା ବାଚସ୍ପତି ନିର୍ବାଚନ। ପ୍ରଥମଥର ପାଇଁ ବାଚସ୍ପତି ପ୍ରାର୍ଥୀଙ୍କୁ ନେଇ ବିରୋଧୀ ଶାସକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ଫଳରେ ଇତିହାସର ପ୍ରଥମ ଥର ହେବ ବାଚସ୍ପତି ପଦ ପାଇଁ ନିର୍ବାଚନ। ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଇଣ୍ଡିଆ ନିଜର କେ.ସୁରେଶଙ୍କୁ ପ୍ରାର୍ଥୀ କରିଛନ୍ତି। ଜୁନ୍ ୨୬ ପୂର୍ବାହ୍ନ ୧୧ଟାରେ ସଂସଦରେ ହେବ ବାଚସ୍ପତି ପଦ ପାଇଁ ନିର୍ବାଚନ।

ସଂସଦ ଭବନରେ ଲୋକସଭା ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଓମ୍ ବିର୍ଲାଙ୍କ ସପକ୍ଷରେ ଏନଡିଏର ନେତାମାନେ ୧୦ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ସାଂସଦ ଅମିତ ଶାହା, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯାଇଛି। ସେହିପରି ବିରୋଧୀ ପ୍ରାର୍ଥୀ କେ.ସୁରେଶ ୩ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଓମ୍ ବିର୍ଲାଙ୍କୁ ସମର୍ଥନ କରିବାକୁ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କୁ ଫୋନ୍ କରିଥିଲେ। ରାହୁଲ କହିଛନ୍ତି, ବିରୋଧୀ ଦଳକୁ ଡେପୁଟି ସ୍ପିକର କରିବା ନିୟମ ରହିଛି। କିନ୍ତୁ ସେନେଇ କୌଣସି କଲ ଆସିନାହିଁ। ଉପ-ବାଚସ୍ପତି ପଦ ପାଇଁ ଶାସକ ଦଳରୁ କୌଣସି ଆଶ୍ୱାସନା ନ ମିଳିବାରୁ କେ. ସୁରେଶଙ୍କୁ ପ୍ରାର୍ଥୀ କରିଛନ୍ତି ବିରୋଧୀ।

ବୁଧବାର ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତମାନ ପର୍ୟ୍ୟନ୍ତ ଶାସକ ଦଳ ଓ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚନ ହେଉଥିଲା। ହେଲେ ଏଥର ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe