କନକ ବ୍ୟୁରୋ: ଗୃହଭିତରେ ମୁହଁରେ କଳାପଟି ବାନ୍ଧିଲେ ବିଜେପି ବିଧାୟକ ମାନେ । କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ବସିଲେ ବିଜେପି ବିଧାୟକ । ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ନମିଳିବାରୁ ଧାରଣାରେ ବସିଲେ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ପୁଣି ସର୍ବଦଳୀୟ ବୈଠକ ଡାକିଛନ୍ତି ।

Advertisment

ଗତ କିଛିଦିନ ହେବ ମଣ୍ଡି ସମସ୍ୟାକୁ ନେଇ ଗୃହରେ ହଙ୍ଗାମା ଜାରି ରହିଛି । ବିରୋଧୀ ବିଜେପି ଗୃହରେ ସରକାରଙ୍କୁ ଏହି ପ୍ରସଙ୍ଗେ ଘେରିଚି । ତେବେ ଏହି ମଣ୍ଡି ସମସ୍ୟାକୁ ନେଇ କାଲି ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ମାନେ କାଲି ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନବୀନ ନାବିସଙ୍କୁ ଡାକି ତାଙ୍କ ସହ ଆଲୋଚନା କରିଥିଲେ ।