ଗୃହ ମୁଲତବୀ: ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

Advertisment
ଗୃହ ମୁଲତବୀ: ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

କନକ ବ୍ୟୁରୋ: ବିଧାନସଭାରେ ପୁଣି ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି । ତେଣୁ ୧୦ ମିନିଟ ପାଇଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ଏହାସହ ଗୃହ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗୃହରେ ବାରମ୍ବାର ହଙ୍ଗାମା କରୁଛନ୍ତି ବିରୋଧୀ । ଶାସକ ଦଳକୁ ଟାର୍ଗେଟ କରି ବିଧାନସଭାରେ ପ୍ରଶ୍ନବାଣ କରୁଛନ୍ତି ।

ପ୍ରାୟ ୩ଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଛି । ଗୃହ ସ୍ୱଭାବିକ ହେବା ପରେ ପ୍ରଶ୍ନକାଳ ଜାରି ରହିଥିଲା । ହେଲେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଏବେ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe