ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ । 

ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ । 

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ୨ ଥର ମୁଲତବି କରି ସାରିଲେଣି ବାଚସ୍ପତି ।  ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରେ ।

ଏହାପୂର୍ବରୁ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିଥିଲେ । ଆଦିବାସୀଙ୍କ ଜମି ହଡ଼ପ ଯୋଜନା କରିଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପେସା ଆଇନ ଲାଗୁ କରିବା ପାଇଁ ବିରୋଧୀ ଦାବି କରିଥିଲେ ।  ହଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ ଯାଏଁ ଗୃହ ମୁଲତବୀ କରାଯାଇଥିଲା ।   ପରେ ପୁଣିଥରେ ଗୃହରେ ସମାନ ସ୍ଥିତି ଦେଖିବା ପରେ ଗୃହକୁ ଆଉ ୪୫ ମିନିଟ୍ ପାଇଁ ମୁଲତବି କରିଥିଲେ ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe