ବିଧାନସଭାରେ ଅଚଳାବସ୍ଥା ଜାରି : ଗୃହରେ ଜୋରଦାର ନାରାବାଜି, ହଙ୍ଗାମା; ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

95

କନକ ବ୍ୟୁରୋ : ସ୍ୱାଭାବିକ ହୋଇପାରୁନି ବିଧାନସଭା । ପ୍ରଥମେ ଦିନ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଫେଲ ମାରିଛି । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ହଙ୍ଗାମା କରିବାରୁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ପୋଡିୟମ ତଳେ ନାରାବାଜି କରିଥିଲେ ।

ସେପଟେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଓ ଏମଏସପି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ହଙ୍ଗାମା ପରେ ଗୃହକୁ ପ୍ରଥମେ ୫ ମିନିଟ୍ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଜେପି ବିଧାୟକମାନେ କଳାବ୍ୟାଜ୍ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ । ବିଜେପି ବିଧାୟକ ପଚାରୁଥିବା ପ୍ରଶ୍ନକୁ ନାକଚ କରାଯାଉଥିବା ଅଭିଯୋଗ ଆଣି ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ ।

ସେପଟେ ବିଜେଡି ବିଧାୟକମାନେ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ହଟଗୋଳ କରିଥିଲେ । ନିଜ ଆସନରୁ ଛିଡା ହୋଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଏହାପରେ ବାଚସ୍ପତି ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ଗୃହ କାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି କରିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ ମାରିଛି ।