କନକ ବ୍ୟୁରୋ: ଆଜି ବିଧାନସଭାରେ ଉଠିଛି ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗ । ନାରାବାଜି ଯୋଗୁଁ ଗୃହକୁ ପ୍ରଥମେ ୧୨ଟା ୩୦ ଓ ପରେ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ନାରାବାଜି କରିଛି । ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହରେ ଦାବି କରିଥିଲେ । ଫଳରେ ଗୃହକୁ ବାଚସ୍ପତି ପ୍ରଥମେ ଦିନ ୧୨ଟା ୩୦ ଏବଂ ପରେ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
ଏହି ପ୍ରସଙ୍ଗରେ ଆଲୋଚନା କରି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ଦାୟିତ୍ୱବାନ ସରକାରଙ୍କ ଦାୟିତ୍ୱ କଣ । ୨୦୧୯ ଜାନୁଆରୀରୁ ଜୁନ ମଧ୍ୟରେ ରାଜ୍ୟର ୧୦୦୫ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ରେ ୩ ମାସରେ ୬୦୨ ନାବାଳିକା ନିଖୋଜ ଅଛନ୍ତି କିନ୍ତୁ ପୋଲିସ ଖୋଜିକି ପାଉନି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଅଛି । ଗୃହରେ କେବଳ ଆଲୋଚନା ହେଉଛି, କିନ୍ତୁ ସମାଧାନ ବାଟ ବାହାରୁନି ।
ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି କି, ରାଜ୍ୟରେ ପ୍ରତି ବର୍ଷ ନାବାଳିକା ଏବଂ ନାବାଳକ ନିଖୋଜ ହେବା ଘଟଣା ସଂପର୍କରେ ଆମେ ଗୃହରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ ମାତ୍ର ସରକାର ଏହି ଘଟଣାକୁ ଗୁରୁତର ସହ ନେଉନାହାଁନ୍ତି ।
ଅନ୍ୟପଟେ, ମଦ ବିକ୍ରି ପାଇଁ ପ୍ରୋତ୍ସାହନ ପ୍ରସଙ୍ଗରେ ବି ବିଧାନସଭାରେ ସଫେଇ ରଖିଛନ୍ତି ସରକାର । ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ମନ୍ତ୍ରୀ କହିଛନ୍ତି ମଦ ବିକ୍ରିର ପ୍ରସାର ପାଇଁ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତିି । ଏହି ନିଷ୍ପତ୍ତି ଷ୍ଟାଣ୍ଡିଂ କମିଟିର । ଷ୍ଟାଣ୍ଡିଂ କମିଟିରେ ସବୁ ଦଳର ବିଧାୟକ ସଦସ୍ୟ ରହିଛନ୍ତି । ତେଣୁ ଏହା ସରକାରଙ୍କ ନିଷ୍ପତ୍ତି ନୁହେଁ । ସେହିପରି ମଦର ଅପକାରିତା ନେଇ ଲୋକଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ । ମଦ ବିକ୍ରିରେ ଟାର୍ଗେଟ ପୂରଣ କରୁଥିବା ବ୍ୟବସାୟୀଙ୍କୁ ପୁରସ୍କୃତ କରିବାକୁ ଷ୍ଟାଣ୍ଡିଂ କମିଟି ସୁପାରିସ୍ କରିଥିଲା । ଯାହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି କାର୍ଯ୍ୟକୁ ସମାଲୋଚନା କରିଥିଲେ ବୁଦ୍ଧିଜୀବୀ ।
ବିଧାନସଭାରେ ମଦବିକ୍ରୀ ନେଇ ସରଗରମ ଆଲୋଚନା ହେଉଥିବାବେଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଂଶଗ୍ରହଣ କରିଥିଲେ । ସେ କହିଛନ୍ତି, ମହିଳାଙ୍କ ଆବେଗକୁ ଲକ୍ଷ୍ୟରେ ରଖି ଅବକାରୀ ନୀତି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ହେବା ଦରକାର । ଏ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଅବକାରୀ ନୀତି ସମ୍ପର୍କରେ ନିଷ୍ପତି ନେବାକୁୁ ସେ ପରାମର୍ଶ ଦେଇଥିଲେ । ଜବାବରେ ମନ୍ତ୍ରୀ କହିଥିଲେ, ଏ ନେଇ ବିଚାର କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/SISU.jpg)
/kanak/media/post_attachments/wp-content/uploads/2019/07/vlcsnap-2019-07-22-13h23m50s744-300x220.png)
/kanak/media/post_attachments/wp-content/uploads/2019/07/vlcsnap-2019-07-22-13h32m46s211-300x220.png)
/kanak/media/post_attachments/wp-content/uploads/2019/07/WINE-2-1-300x169.jpg)
/kanak/media/post_attachments/wp-content/uploads/2019/07/RAJASWA-300x169.jpg)