ବିଧାନସଭାରେ ମହାନଦୀ ତାତି ! ଗୃହ ଆରମ୍ଭରୁ ବିଜେଡି ବିଧାୟକଙ୍କ ହଟ୍ଟଗୋଳ,୩ଟା ଯାଏଁ ଗୃହ ମୂଲତବୀ

37

କନକ ବ୍ୟୁରୋ: ଖରାଦିନ ଆରମ୍ଭ ହେବାମାତ୍ରେ ଜୋର ଧରିଲା ମହାନଦୀ ରାଜନୀତି । ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ଗୃହରେ ମହାନଦୀ ତାତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଛତିଶଗଡ ନିର୍ମାଣ କାମ ବନ୍ଦ କରିବାକୁ ସଦସ୍ୟମାନେ ଦାବି କରିଥିଲେ ।

ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ବର୍ତମାନ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଏପ୍ରିଲ ୩୦ ତାରିଖରେ ବ୍ୟୟମଂଜୁରୀ ବିଲ୍ ପାରିତ ହେବ । ମେ ୫ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟସୂଚୀ ରହିଛି ।