କନକ ବ୍ୟୁରୋ: ଆଜି ବି ଚାଲିପାରିନାହିଁ ବିଧାନସଭା ପ୍ରଶ୍ନକାଳ । କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳକୁ ୧୦ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଆଜି ସାଢେ ୧୦ଟାରେ ବିଧାନସଭା ଆରମ୍ଭ ହେବା ମାତ୍ରେ ବିଜୁ ଯୁବ ବାହିନୀରେ ଅର୍ଥ ହେରଫେର ଅଭିଯୋଗ ଆଣି ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ । କଳାଗାଉନ ପିନ୍ଧି ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ।
ସେପଟେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବା ପ୍ରତିବାଦରେ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଆଜି ସକାଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଥିଲା । ଆଉ ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ । ଏହାକୁ ନେଇ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଥିଲେ । ଫଳରେ ବାଚସ୍ପତିଙ୍କୁ ଗୃହକାର୍ଯ୍ୟ ଏକ ଘଂଟା ପାଇଁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିବାକୁ ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Screen-shot-2018-09-17-at-8.39.18-PM-300x168.png)