ଭୁବନେଶ୍ୱରରେ ୩୪ କରୋନା ଆକ୍ରାନ୍ତ । କେଉଁ ଅଞ୍ଚଳରେ କେତେ ପଜିଟିଭ୍ ? ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

1,496

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଭୁବନେଶ୍ୱରର କେଉଁ ଅଞ୍ଚଳରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେନେଇ ରାଜଧାନୀବାସୀଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିବାବେଳେ ଦ୍ୱନ୍ଦ ଦୂର କରିଛି ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟ୍ କରି ସ୍ୱାସ୍ଥ୍ୟ ବିଭାଗ କହିଛି କି, ଭୁବନେଶ୍ୱରର ସତ୍ୟନଗରରେ ଚିହ୍ନଟ ହୋଇଥିଲେ ୪ କରୋନା ଆକ୍ରାନ୍ତ । ରାଜ୍ୟରେ ମୋଟ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରେ ରହିଛି ୩୪ ଜଣ । ତେବେ ସେମାନଙ୍କ ମଧ୍ୟରୁ ସତ୍ୟନଗରରେ ୪ ଜଣ ରହିଥିବାବେଳେ ବମିଖାଲରୁ ୧୪ ଓ ସୂର୍ଯ୍ୟନଗରରୁ ୮ ଆକ୍ରାନ୍ତ ଅଛନ୍ତି ।

ତେବେ ଆଜି ସକାଳୁ ସକାଳୁ ସତ୍ୟନଗର ସିଲ ହୋଇଛି । ସତ୍ୟନଗର ଅଚଂଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଫଳରେ ସତ୍ୟନଗର ଓ ଏହାର ଆଖାପାଖ ଅଂଚଳକୁ ସିଲ କରାଯାଇଛିା ଏହି ଅଚଂଳରେ ଲୋକଙ୍କୁ ଘର ବାହାରିବା ଉପରେ କଟକଣା ଜାରି କରାଯାଇଛି ।

ସତ୍ୟନଗର ଛକରୁ ବିଗବଜାର ଛକ, କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟସ, ପିଡବ୍ଲୁଡି ଡିଭିଜନ -୨ ଓ କ୍ୱାର୍ଟସ କମ୍ପେ୍ଲକ୍ସ ଓ ଅନ୍ୟ ଅଂଚଳକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳର ସମସ୍ତ ସରକାର ଓ ବେସରକାରୀ ଅଫିସ ବନ୍ଦ ରହିବ । ତେବେ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ ସହାୟତା କାମ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।