କନକ ବ୍ୟୁରୋ: କୋଟା କହିଲେ ପ୍ରତିଯୋଗିତାର ଏକ ସହର ବୋଲି ସମସ୍ତେ ବୁଝିଥାନ୍ତି । ହେଲେ ଏବେ ଏହା ଆତ୍ମହତ୍ୟାର କେନ୍ଦ୍ର ପାଲଟିଥିବା ଦେଖାଯାଉଛି । କାରଣ ୨ ମାସ ଭିତରେ ୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି ।publive-image

Advertisment

ରାଜସ୍ଥାନର ଶିକ୍ଷା ନଗରୀ କୁହାଯାଉଥିବା କୋଟା ସହରରେ ଛାତ୍ରଙ୍କ ଲଗାତାର ଆତ୍ମହତ୍ୟା ଖବର ଏବେ ସୋସିଆଲ ମିଡିଆରେ ଜୋର ଧରିବାକୁ ଲାଗିଲାଣି । ଜୁନ୍ ୨୭ ତାରିଖରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ୨ଜଣ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ମେ’ ମାସରେ ୫ଜଣ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ଜୁନ୍ ମାସ ସୁଦ୍ଧା ଆଉ ୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏଭଳି ଭାବେ ୨ ମାସ ଭିତରେ ୯ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଏ ବିଷୟରେ ଜେଇଇ ଓ ଆଇଆଇଟି ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଏଠାରେ କୋଚିଙ୍ଗ ସେଣ୍ଟରରେ କୋଚିଙ୍ଗ ନେବାକୁ ହେଲେ ୧ ଲକ୍ଷରୁ ୫ ଲକ୍ଷ ଯାଏଁ ଖର୍ଚ୍ଚ ହୋଇଥାଏ । ଧନୀକ ପରିବାରର ପିଲାଙ୍କୁ ବାଦଦେଲେ ଯେଉଁମାନେ ମଧ୍ୟବିତ୍ତ ପରିବାରରୁ ଆସୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ । ଅତି କଷ୍ଟରେ ପିଲାଙ୍କ ପାଇଁ ଅର୍ଥ ଖର୍ଚ୍ଚ କରୁଥିବାରୁ ପିଲାମାନଙ୍କ ଠାରୁ ଅଭିଭାବକଙ୍କର ଅଧିକ ପ୍ରତ୍ୟାଶା ରହୁଛି । ପରୋକ୍ଷରେ ଏହା ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଉଛି ।

publive-image

ପିଲାମାନେ ଭିନ୍ନ ସିଲାବସ୍ ପଢିି ଆସୁଥିବାବେଳେ ଏଠିକାର ବିସ୍ତୃତ ସିଲାବସ୍ ମଧ୍ୟ ଚାପ ସୃଷ୍ଟି କରୁଛି । ଏଠାରେ ଅନ୍ୟ ପିଲାଙ୍କ ତୁଳନାରେ ମଧ୍ୟ କିଛି ପିଲା ନିଜକୁ ନ୍ୟୁନ ମନେକରି ନିଜେ ଚାପରେ ରହୁଛନ୍ତି ଏବଂ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କରୁଥିବା ବିଶେଷଜ୍ଞ କହିଛନ୍ତି ।publive-image

କୋଟାର ଏଭଳି ସମସ୍ୟା କେବଳ ବାପା, ମା’ଙ୍କ ପାଇଁ ନୁହେଁ ବରଂ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ । ଏଥିପ୍ରତି ସମସ୍ତେ ଦୃଷ୍ଟି ଦେଇ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ପିଲାଙ୍କୁ ଚିନ୍ତାମୁକ୍ତ କରିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ମନୋବିଜ୍ଞାନୀ ମତ ଦେଇଛନ୍ତି ।