କନକ ବ୍ୟୁରୋ: ଜି-୨୦ ସମ୍ମିଳନୀକୁ ଘାରିଲା କରୋନା ଭୟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସ୍ପେନ୍ ରାଷ୍ଟ୍ରପତି ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ଏନେଇ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

Advertisment

ସ୍ପେନ୍ ରାଷ୍ଟ୍ରପତି ଟୁଇଟ୍ କରି ଲେଖିଛନ୍ତି, ମୁଁ ଏବେ ଠିକ୍ ଅନୁଭବ କରୁଛି । ହେଲେ ମୁଁ ଭାରତ ଯାତ୍ରା କରିପାରିବି ନାହିଁ । ଜି-୨୦ ସମ୍ମିଳନୀରେ ସ୍ପେନ୍ ତରଫରୁ ଉପରାଷ୍ଟ୍ରପତି ନଦିଆ କ୍ୱାଲଭିନୋ ଏବଂ ବିଦେଶ ମନ୍ତ୍ରୀ ଜୋସ୍ ମ୍ୟାନୁଆଲ୍ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ନୂଆଦିଲ୍ଲୀ । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦିଲ୍ଲୀରେ ଆସି ପହଞ୍ଚିବେ । ଭାରତ ଆସିବା ପୂର୍ବରୁ ସେ ତାଙ୍କର କୋଭିଡ୍ ଟେଷ୍ଟ କରାଇ ସାରିଛନ୍ତି । ଗତ ଅଗଷ୍ଟ ୫ ତାରିଖରେ ତାଙ୍କର ରିପୋର୍ଟ ଆସିଥିଲା । ଯେଉଁଥିରେ ଜୋ ବାଇଡେନ୍ ନେଗେଟିଭ୍ ଥିବାବେଳେ, ତାଙ୍କ ପତ୍ନୀ କିନ୍ତୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଇଥିଲେ ।