ଫରେନ ଡାକ୍ତରଙ୍କ ଦୃଢୋକ୍ତି । ପୁଣି ଆସିପାରେ ଏକ ଭୟଙ୍କର ମହାମାରୀ ଯେଉଁଥିରେ କୋଟି କୋଟି ଲୋକଙ୍କର ଚାଲିଯାଇପାରେ ପ୍ରାଣ!

98

କନକ ବ୍ୟୁରୋ : ଆଜିଠୁ ପ୍ରାୟ ଅନେକ ବର୍ଷ ତଳେ ଏକ ମହାମାରୀ ଦେଖାଯାଇଥିଲା । ତେବେ ଏହି ରୋଗ ଦୁନିଆର ପ୍ରାୟ ୫ କୋଟି ଲୋକଙ୍କୁ ଗ୍ରାସ କରିଥିଲା । କେବଳ ଏତିକି ନୁହେଁ ଏହି ମହାମାରୀରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ । ତେବେ ସେହି ରୋଗ ବିଷୟରେ ଜଣେ ଡାକ୍ତର ଯେଉଁ କଥା କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ମିଳିଥିବା ସୂଚନା ଅନୁସାରେ ବ୍ରିଟେନର ଏକ ଡାକ୍ତର ଦାବି କରିଛନ୍ତି ଯେ, ପୂର୍ବରୁ ଦେଖାଯାଇଥିବା ମହାମାରୀରେ ସାରା ପୃଥିବୀରେ ଯେପରି ଭାବରେ ଅନେକ ଲୋକ ପ୍ରାଣ ହରାଇଥିଲେ ତାହା ପୁଣି ଥରେ ଫେରିବ ଓ ଲୋକମାନେ ସେହି ରୋଗରେ ହିଁ ପ୍ରାଣ ହରାଇବେ ବୋଲି ଡାକ୍ତର ଫାରୀ ଅହମ୍ମଦ ସୂଚନା ଦେଇଛନ୍ତି ।

 

ତେବେ ଗଣମାଧ୍ୟମ ସେହି ଡାକ୍ତରଙ୍କୁ ଏକ ପ୍ରଶ୍ନ ପଚାରିଥିଲା ଯେ, ସେହି ସମୟରେ ଯେଉଁ ରୋଗ ମହାମାରୀରକ ରୂପ ନେଇଥିଲା ତାହା କେଉଁ କାରଣରୁ ହୋଇଥିଲା ଓ ସେହି ରୋଗ ପୁଣି ଥରେ ଫେରିବ ବୋଲି କି ପ୍ରଶ୍ନ କରାଯାଇଥିଲା । ସେହି ପ୍ରଶ୍ନ ଉତ୍ତରରେ ଡାକ୍ତର ଜଣକ କହିଥିଲେ ଆପଣ ଯଦି ଭାବୁଛନ୍ତି କି ଆପଣଙ୍କ ପାଖରେ ନୂଆ ମେଡିସିନ ଅଛି ଓ ଭ୍ୟାକ୍ସିନ ରହିଛି ତେବେ ତାହା ଥାଇ ପାରେ । ହେଲେ ରୋଗରୁ କେହି ମୁକ୍ତି ହେଇ ପାରିବେ ନାହିଁ ବୋଲି ଡାକ୍ତର ଜଣକ ଯୁକ୍ତି କରିଥିଲେ । ଏହି ଡାକ୍ତରଙ୍କୁ ଅନ୍ୟ ଜଣେ ଡାକ୍ତର ସମର୍ଥନ କରିଥିବା ମଧ୍ୟ ଜଣାପଡିଛି । ଏହାସହ ସେ କହିଛନ୍ତି ଯେତେ ଡେରିରେ ଆମେ ମାନେ ଭାବିବା କି ସେହି ରୋଗ କଣ? କିପରି ହେଉଛି ? ସେହି ସମୟ ବେଳକୁ ଅନେକ ଲୋକଙ୍କୁ ଏହି ମାରାତ୍ମକ ରୋଗ ଗ୍ରାସ କରିସାରିବଣି । ତେଣୁ ଆମମାନଙ୍କୁ ଯଥେଷ୍ଟ ସାବଧାନ ହେବା ପାଇଁ ପଡିବ ବୋଲି ସେ କହିଛନ୍ତି । ତେବେ ଏପରି ରୋଗ ପ୍ରଥମେ ଆମେରିକାର ଜଣେ ସୈନ୍ୟଙ୍କ ନିକଟରେ ଦେଖାଯାଇଥିଲା ।

 

ଏହାପରେ ଆମେରିକା ସହ ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନକୁ ବ୍ୟାପିଥିଲା । ତେବେ ସ୍ପେନରେ ଏହା ଅନେକ ଲୋକମାନଙ୍କ ପ୍ରାଣ ନେଇଥିବା ସୂଚନା ମିଳିଛି । ସେହି ସମୟରେ ପାଖାପାଖି ୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା ଏହି ମହାମାରୀ ରୋଗରେ । ତେବେ ଏହି ରୋଗ ପଛରେ ଏକ ଭାଇରସ ଥିବା ଜଣାପଡିଛି । ଏହି ଭାଇରସ ବହୁକମ ସମୟରେ ଅନେକ ଲୋକମାନଙ୍କ ପ୍ରାଣ ନେଇଥିଲା । ତେଣୁ ଏପରି ରୋଗଠାରୁ ଦୂରେଇ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିବା ଜଣାପଡିଛି ।