ମହାକାଶ ବିଜ୍ଞାନରେ ପୁଣି ମାଇଲଖୁଣ୍ଟ ଛୁଇଁଲା ଆମେରିକା: ୨ ମହାକାଶଚାରୀଙ୍କୁ ନେଇ ସଫଳତା ପୂର୍ବକ ଉଡାଣ ଭରିଲା ସ୍ପେସ୍ –ଏକ୍ସର ମହାକାଶ ବିମାନ; ଇତିହାସରେ ପ୍ରଥମ ଥର ପାଇଁ ଘରୋଇ ଭାବେ ମହାକାଶ ଗଲା ମଣିଷ

378

କନକ ବ୍ୟୁରୋ: ମହାକାଶ ବିଜ୍ଞାନରେ ପୁଣି ମାଇଲଖୁଂଟ ଛୁଇଁଲା ଆମେରିକା । ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ସହାୟତାରେ ଘରୋଇ କମ୍ପାନୀ ସ୍ପେସ୍ –ଏକ୍ସର ଡ୍ରାଗନ ମହାକାଶ ବିମାନ ୨ ମହାକାଶଚାରୀଙ୍କୁ ନେଇ ଅନ୍ତଜାର୍ତୀୟ ମହାକାଶ ଷ୍ଟେସନରେ ଅବତରଣ ପାଇଁ ସଫଳତା ପୂର୍ବକ ଉଡାଣ ଭରିଛି । ଡ୍ରାଗନ ବିମାନ ଯୋଗେ ୨ ମହାକାଶଚାରୀ ରୋବର୍ଟ ବେହେନକେନ ଓ ଡଗଲସ ହର୍ଲେ ମହାକାଶକୁ ଯାଇଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଅବତରଣ କରିବା ପରେ ସେମାନେ ସେଠାରେ ୧୧୦ ଦିନ ପର୍ଯ୍ୟନ୍ତ ରହିବେ ।

 

ସ୍ପେସ୍-ଏକ୍ସ ଡ୍ରାଗନ କେପସୁଲା ଅନ୍ତରୀକ୍ଷରେ ୨୧୦ ଦିନ ପର୍ଯ୍ୟନ୍ତ ରହିପାରିବ । ତାପରେ ପୁଣି ଫେରିବ । ଏହି ସଫଳ ଉତକ୍ଷେପଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସଫଳତା ପୂର୍ବର୍କ ଡ୍ରାଗନ କେପସୁଲ ପୃଥିବୀ କକ୍ଷରେ ପହଁଚି ଯାଇଥିବାରୁ ସେ ବହୁତ ଖୁସୀ । ଏବଂ ସେଥିରେ ଯାଇଥିବା ଦୁଇ ମହାକାଶଚାରୀ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି । ୯ ବର୍ଷ ପରେ ଆମେରିକା ଇତିହାସ ରଚିଛି, କିନ୍ତୁ ଖରାପ ପାଣିପାଗ ଯୋଗୁଁ ୨୭ ମେକୁ ମାନବ ବାହି ସ୍ପେସ୍ ମିଶନକୁ ରୋକିବାକୁ ପଡିଥିଲା । ସ୍ପେସ୍ –ଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟକୁ ଆମେରିକ ସବୁଠାରୁ ଭରଷାଯୋଗ୍ୟ ରକେଟ ଫାଲକନ-୯ ଉପରେ ଲଗା ଯାଇଥିଲା ।

 

ତାପରେ ଫାଲକନ -୯ ରକେଟକୁ ଉତକ୍ଷେପଣ କେନ୍ଦ୍ର ୩୯ରୁ ଉତକ୍ଷେପଣ କରାଯାଇଛି । ସ୍ପେସ୍-ଏକ୍ସ ଆମେରିକା ଉଦ୍ୟୋଗପତି ଏଲନ ମସ୍କଙ୍କ କମ୍ପାନୀ । ସେ ନାସା ସହ ମିଳିତ ଭାବେ ଭବିଷ୍ୟତ ପାଇଁ ବହୁ ମହାକାଶ ମିଶନ ଉପରେ କାର୍ଯ୍ୟ କରୁଛନ୍ତି । ଏହି ଦୁଇ ମହାକାଶଚାରୀ ଭାରତ ମଧ୍ୟ ମ୍ୟାନ ମିଶନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ମହାକାଶଚାରୀଙ୍କ ଚୟନ ପକ୍ରିୟା ମଧ୍ୟ ଶେଷ ହୋଇଛି । ଆମେରିକାର ଏହି ମିଶନ ସଫଳ ଭାରତ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।