ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ: ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା

152

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ । ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା । ବିଜେପି ନେତା ମାନେ ଗୃହରେ ଏନେଇ ହୋହାଲ୍ଲା କରିବା ସହ ନାରାବାଜି ଦେଇଥିଲେ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ଦାବି କରିଛି ବିଜେପି ।

ବାଚସ୍ପତିଙ୍କ ରୁଲିଂ ଦାବିରେ ବିଜେପି ସଦସ୍ୟ ମାନେ ଗୃହର ହୋହାଲ୍ଳା କରିବା ସହ ନାରାବାଜି ଦେଇଛନ୍ତି । ଗୃହରେ ମଧ୍ୟଭାଗରେ ବିଜେପି ସଦସ୍ୟ ମାନେ ହଟ୍ଟଗୋଳ କରିବା ସହ ଧାରଣାରେ ବସିଛନ୍ତି । ଫଳରେ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି ।

ପାଟକୁରା ନିର୍ବାଚନରେ ପ୍ରଚାର ପାଇଁ ଗତକାଲି କେନ୍ଦ୍ରାପଡା ଗସ୍ତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ’ ସମୟରେ ଖବର ସଂଗ୍ରହ ପାଇଁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ମଧ୍ୟ ପାଟକୁରା ଯାଇଥିଲେ । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଉଥିବା ବେଳେ ନ୍ୟୁଜ୍ ୧୮ର ପ୍ରତିନିଧି ଅଜେଶ ମଲ୍ଲିକ ଭିଡ଼ିଓ କରିବାକୁ ଚାହିଁଥିଲେ । ତେବେ ଏଥିରେ ଉତ୍ତକ୍ଷିପ୍ତ ହୋଇଯାଇଥିଲେ କେନ୍ଦ୍ରାପଡା ଏସପି ନୀତିଶେଖର । ସର୍ବସାଧାରଣରେ ସାମ୍ବାଦିକ ଅଜେଶଙ୍କୁ ମାରିବାକୁ ହାତ ଉଠାଇଥିଲେ ଅଜେଶ । ଯାହାର ଭିଡିଓ କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସପି ଭୁଲ ମାଗିଥିଲେ ।