କନକ ବ୍ୟୁରୋ: ଦିଲ୍ଲୀରେ ଆଜି ମୂଷଳଧାର ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡିଛି । ଏଥିରେ କେବଳ ସାଧାରଣ ଜନତା ନୁହଁନ୍ତି ବରଂ ନେତା, ମନ୍ତ୍ରୀଙ୍କ ଅବସ୍ଥା ବି ସାଂଘାତିକ ହୋଇପଡିଛି, ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଦିଲ୍ଲୀର ଏନସିଆର ଇଲାକାରେ ରହୁଥିବା ଆପ୍ ସାଂସଦ ରାମ ଗୋପାଳ ଯାଦବଙ୍କ ଘରେ ପାଣି ପଶିଗଲା । ହେଲେ ଆଜି ସଂସଦରେ ଯୋଗ ଦେବାକୁ ଥିବାରୁ ତାଙ୍କୁ କିଛି କର୍ମଚାରୀ କାର ଯାଏଁ ଟେକି ଟେକି ନେଉଥିବାର ଦେଖିବାକୁ ମିଳିଥିଲା ।