କନକ ବ୍ୟୁରୋ : ପିଲିଭିତ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ତରଫରୁ ପୂର୍ବତନ ମନ୍ତ୍ରୀ ଭଗବତ ସରନ ଗଙ୍ଗୱାରଙ୍କ ନାମ ଘୋଷଣା କରାଯାଇଛି । ହେଲେ ଭଗବତ ଆଜି ଏକ ଚମକାଇଦେବା ଭଳି ବୟାନ ଦେଇଛନ୍ତି । ସେ ବରୁଣ ଗାନ୍ଧୀଙ୍କୁୁ ଜଣେ ବଡ ନେତା ବୋଲି କହିଛନ୍ତି । ସେ କହିଛନ୍ତି କି, ଯଦି ଅଖିଳେଶ ଯାଦବ ପିଲିଭିତ ଆସନରୁ ବରୁଣ ଗାନ୍ଧୀଙ୍କୁ ନିର୍ବାଚନ ଲଢାଇବାକୁ ଚାହାଁନ୍ତି ତେବେ ସେ ବରୁଣ ଗାନ୍ଧୀଙ୍କ ପାଇଁ ପିଲିଭିତ ଆସନ ଛାଡିଦେବେ ।
ଭଗବତ ସରନ ଗଙ୍ଗୱାର କହିଛନ୍ତି କି, ସେ ସ୍ୱଭାବରେ କମ୍ ରାଜନୈତିକ କିନ୍ତୁ ଅଧିକ ଧାର୍ମିକ । ସେ ତାଙ୍କ ଗୁରୁଙ୍କୁ କଥା ଦେଇଛନ୍ତି କି, ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରିବା । ଏହି କାରଣରୁ କେହି ତାଙ୍କ ବ୍ୟକ୍ତିଗତ ଶତ୍ରୁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ହେଲେ ବରୁଣ ଗାନ୍ଧୀଙ୍କୁ ନେଇ ସେ ଦେଇଥିବା ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁୁ ଖଣ୍ଡନ କରିଛନ୍ତି ଭଗବତ ସରନ । ସେ କହିଛନ୍ତି କି, ଏଭଳି କୌଣସି ବୟାନ ସେ ସାମ୍ବାଦିକଙ୍କୁ ଦେଇନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/6-18.jpg)