ପରଲୋକରେ ସ୍ୱରର ଯାଦୁଗର : ବିଶିଷ୍ଟ କଣ୍ଠଶିଳ୍ପୀ ଏସ.ପି.ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ, ଚେନ୍ନାଇରେ ୭୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ; ବଲିଉଡ ତଥା ଦକ୍ଷିଣ ଭାରତ ସିନେ ଜଗତରେ ଶୋକର ଛାୟା

338
କନକ ବ୍ୟୁରୋ : ପରଲୋକରେ ବଲିଉଡର ଭେଟେରାନ୍ ସିଙ୍ଗର ଏସପି ବାଲସୁବ୍ରମଣ୍ୟମ୍ । କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଏସପି ବାଲସୁବ୍ରମଣ୍ୟମଙ୍କ ପରଲୋକ ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଗତ ସେପ୍ଟେମ୍ୱର ୮ ତାରିଖରେ ତାଙ୍କର ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ଏହା ପରେ ସୁସ୍ଥ ହୋଇଆସୁଥିବା ବେଳେ ସେପ୍ଟେମ୍ୱର ୨୪ ରେ ତାଙ୍କ ଅବସ୍ଥା ଅତି ଜଟିଳ ହୋଇଥିଲା । କୃତ୍ରିମ ଶ୍ୱାସକ୍ରିୟାରେ ଆଇସିୟୁରେ ରଖାଯାଇଥିଲା । ଆଜି ତାଙ୍କର ନିଧନ ଘଟିଛି ।
ଏସପି ବାଳସୁବ୍ରମଣ୍ୟମ ୧୯୪୬ ମସିହା ଜୁନ୍ ୪ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୀ , ତେଲୁଗୁ, କନ୍ନଡ ଓ ତାମିଲ ପରି ୧୬ଟି ଭାଷାରେ ପ୍ରାୟ ୪୦ ହଜାର ଗୀତରେ ସେ ଗୀତ ଗାଇଛନ୍ତି । ତାଙ୍କର ସଙ୍ଗୀନ ନିର୍ଦ୍ଦେଶନାରେ ବିଭିନ୍ନ ଭାଷାରେ ୪୫ଟି ଚଳଚିତ୍ର ରିଲିଜ ହୋଇଥିଲା ।
ଏସପିବି ଭାବରେ ଜଣାଶୁଣା ବାଲାସୁବ୍ରହ୍ମଣ୍ୟମ୍ ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ଶ୍ରୀ ଶ୍ରୀ ଶ୍ରୀ ମରିୟାଡା ରମଣନାଙ୍କ ସହ କ୍ୟାରିଅର ଆରମ୍ଭ କରିଥିଲେ । ସେ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ସମେତ ୧୬ ଟି ଭାଷାରେ ୪୦,୦୦୦ ରୁ ଅଧିକ ଗୀତ ଗାଇଛନ୍ତି । ସେ କଳାକାରଙ୍କ ପାଇଁ ମଧ୍ୟ କଣ୍ଠଦାନ କରନ୍ତି । ବାଲାସୁବ୍ରହ୍ମଣ୍ୟମ୍ ମଧ୍ୟ କିଛି ସିନେମାରେ ଅଭିନୟ କରିଥିଲେ । ହିନ୍ଦି, ତେଲଗୁ, ତାମିଲ ପରି ଏକାଧିକ ଭାଷାରେ ୪୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଥିଲେ । ବଲିଉଡର ସୁପରହିଟ୍ ଫିଲ୍ମ ମୈନେ ପ୍ୟାର କିୟା, ସାଜନ, ଏକ ଦୁଜେ କେଲିଏ ପରି ଅନେକ ଚଳଚିତ୍ରରେ ସେ କଣ୍ଠଦାନ କରି ଲୋକଙ୍କ ମନ ଜଣିଥିଲେ ।