କନକ ବ୍ୟୁରୋ : ରାଷ୍ଟ୍ରିୟ ମର୍ଯ୍ୟାଦା ସହ ବିଶିଷ୍ଟ କଣ୍ଠଶୀଳ୍ପି ଏସ.ପି. ବାଲାସୁବ୍ରମଣ୍ୟମ ଶେଷକୃତ ସମ୍ପନ୍ନ ହୋଇଛି । ଚେନ୍ନାଇରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ଶେଷକୃତ ସମୟରେ ତାମିଲନାଡୁ ପୋଲିସ ୭୨ଟି ଗୀତ ବଜାଇ ସମ୍ମାନ ଜଣାଇଥିଲେ । ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ତାମିଲନାଡୁର ବହୁ ଅଭିନେତା ଓ ବରିଷ୍ଠ ରାଜନେତା ମଧ୍ୟ ପହଞ୍ଚିଥିଲେ ।

Advertisment

ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ କରୋନା ଆକ୍ରାନ୍ତ ମଧ୍ୟ ଥିଲେ । ଏସପି ବାଲସୁବ୍ରମଣ୍ୟମଙ୍କ ପରଲୋକ ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଗତ ସେପ୍ଟେମ୍ୱର ୮ ତାରିଖରେ ତାଙ୍କର ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ଏହା ପରେ ସୁସ୍ଥ ହୋଇଆସୁଥିବା ବେଳେ ସେପ୍ଟେମ୍ୱର ୨୪ ରେ ତାଙ୍କ ଅବସ୍ଥା ଅତି ଜଟିଳ ହୋଇଥିଲା ।

ଏସପି ବାଳସୁବ୍ରମଣ୍ୟମ ୧୯୪୬ ମସିହା ଜୁନ୍ ୪ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୀ , ତେଲୁଗୁ, କନ୍ନଡ ଓ ତାମିଲ ପରି ୧୬ଟି ଭାଷାରେ ପ୍ରାୟ ୪୦ ହଜାର ଗୀତରେ ସେ ଗୀତ ଗାଇଛନ୍ତି । ତାଙ୍କର ସଙ୍ଗୀନ ନିର୍ଦ୍ଦେଶନାରେ ବିଭିନ୍ନ ଭାଷାରେ ୪୫ଟି ଚଳଚିତ୍ର ରିଲିଜ ହୋଇଥିଲା ।

ଏସପିବି ଭାବରେ ଜଣାଶୁଣା ବାଲାସୁବ୍ରହ୍ମଣ୍ୟମ୍ ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ଶ୍ରୀ ଶ୍ରୀ ଶ୍ରୀ ମରିୟାଡା ରମଣନାଙ୍କ ସହ କ୍ୟାରିଅର ଆରମ୍ଭ କରିଥିଲେ । ସେ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ସମେତ ୧୬ ଟି ଭାଷାରେ ୪୦,୦୦୦ ରୁ ଅଧିକ ଗୀତ ଗାଇଛନ୍ତି । ସେ କଳାକାରଙ୍କ ପାଇଁ ମଧ୍ୟ କଣ୍ଠଦାନ କରନ୍ତି । ବାଲାସୁବ୍ରହ୍ମଣ୍ୟମ୍ ମଧ୍ୟ କିଛି ସିନେମାରେ ଅଭିନୟ କରିଥିଲେ । ହିନ୍ଦି, ତେଲଗୁ, ତାମିଲ ପରି ଏକାଧିକ ଭାଷାରେ ୪୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଥିଲେ । ବଲିଉଡର ସୁପରହିଟ୍ ଫିଲ୍ମ ମୈନେ ପ୍ୟାର କିୟା, ସାଜନ, ଏକ ଦୁଜେ କେଲିଏ ପରି ଅନେକ ଚଳଚିତ୍ରରେ ସେ କଣ୍ଠଦାନ କରି ଲୋକଙ୍କ ମନ ଜଣିଥିଲେ ।