ଘଷିପୁରାରେ ଜମୁଛି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଚାର । ଶହଶହ ସମର୍ଥକଙ୍କ ସହ କରୁଛନ୍ତି ପଦଯାତ୍ରା ।

Advertisment
ଘଷିପୁରାରେ ଜମୁଛି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଚାର । ଶହଶହ ସମର୍ଥକଙ୍କ ସହ କରୁଛନ୍ତି ପଦଯାତ୍ରା ।

କନକ ବ୍ୟୁରୋ: ନିର୍ବାଚନ ପାଖଉଥିବା ବେଳେ ଜମୁଛି ପ୍ରଚାର । ଘଷିପୁରାରେ ଜୋରଦାର ପ୍ରଚାର କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ଗୋହିରା ପଞ୍ଚାୟତ କୁମୁଣିଆ ଗାଁରେ ଶହ ଶହ ସମର୍ଥକଙ୍କ ସହ ପଦଯାତ୍ରା କରିଛନ୍ତି । ଲୋକଙ୍କ ନିକଟକୁ ଯାଇ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାପରେ ଏକ ଜନସଭାକୁ ସେମ୍ବୋଧିତ କରିବା ସହ ପ୍ରତ୍ୟେକ ନାଗରିକଙ୍କୁ ଧର୍ମଯୁଦ୍ଧରେ ସାମିଲ ହୋଇ ଭୋଟ ଦେବାକୁ ଅପିଲ କରିଛନ୍ତି । କୁମୁଣିଆ ଗାଁ ଘସିପୁରା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିଲେ ମଧ୍ୟ ଏଠାରେ ଏବେ ବି ଅପହଞ୍ଚବିକାଶ । ତେଣୁ ବିଜୟୀ ହେଲେ ଅଞ୍ଚଳର ବିକାଶ ପାଇଁ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe