ଏଥରକ ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ, ଜୁନ ୧ ନୁହେଁ ୪ରେ ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା

267

କନକ ବ୍ୟୁରୋ : ଚଳିତଥର ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ । ସାଧାରଣତ ଜୁନ ୧ତାରିଖରେ ମୌସୁମୀ ପହଁଚୁଥିବାବେଳେ ଏଥରକ ୪ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତବର୍ଷ ମେ ୨୯, ୨୦୨୧ରେ ଜୁନ ୩ ଓ ୨୦୨୦ ମସିହାରେ ଜୁନ ୧ରେ କେରଳରେ ପହଁଚିଥିଲା ମୌସୁମୀ । ଗତମାସରେ ଆଇଏମଡି କହିଥିଲା ଏଲନିନୋ ପ୍ରଭାବ ପାଇଁ ଭାରତୀୟ ମୌସୁମୀ ସମୟରେ ସାଧାରଣ ବର୍ଷା ହେବା ସମ୍ଭାବନା ରହିଛି ।