କନକ ବ୍ୟୁରୋ : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  କେରଳର ଦକ୍ଷିଣ ପଶ୍ଚିମ ଅଂଚଳକୁ ମୌସୁମୀ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା । ୨ ଦିନ ବିଳମ୍ବରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି । ହେଲେ ବର୍ଷା ଅଧିକ ହେବା ନେଇ ଆକଳନ କରାଯାଇଛି ।

Advertisment

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଭୋପାଲ ସହ ମଧ୍ୟପ୍ରଦେଶ କିଛି ସ୍ଥାନରେ ବର୍ଷା ହୋଇପାରେ । ଯାହା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ।  ଏବେ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି ।  ଆସନ୍ତା ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ବି ରେକର୍ଡ କରାଯାଇଛି ।