ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦେଶରେ ଅନେକ ସ୍ଥାନରେ ବର୍ଷା ଜାରି

Advertisment
ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦେଶରେ ଅନେକ ସ୍ଥାନରେ ବର୍ଷା ଜାରି

କନକ ବ୍ୟୁରୋ: ଚଳିତ ବର୍ଷ ମୌସୁମୀବାୟୁ ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ସାରିଲାଣି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ. ନରେଶ କୁମାର ।

ରବିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ଦ୍ରୁତ ଗତିରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି । ରବିବାର ମୌସୁମୀ ଦିଲ୍ଲୀ ଓ ମୁମ୍ବାଇରେ ଏକ ସମୟରେ ପହଞ୍ଚିଥିଲା । ତେବେ, ଦୀର୍ଘ ୬୨ ବର୍ଷର ବ୍ୟବଧାନ ପରେ ଏଭଳି ଘଟଣା ଘଟିଛି ।

ମୌସୁମୀ ମୁମ୍ବାଇରେ ପହଞ୍ଚିବାର ସାଧାରଣ ତାରିଖ ହେଉଛି ଜୁନ୍‌ ୧୧ ଏବଂ ଜୁନ୍‌ ୨୭ । କିନ୍ତୁ ସେହି ଦିନ ଦୁଇ ମେଟ୍ରୋ ସହରରେ ପହଞ୍ଚିଥିଲା ମୌସୁମୀ। ଏହାକୁ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସହ ଯୋଡ଼ାଯାଇ ପାରିବ ନାହିଁ, କାରଣ ଏହା ନିର୍ଦ୍ଧାରଣ କରିବାକୁ ୩୦ରୁ ୪୦ ବର୍ଷ ସମୟ ଲାଗିଥାଏ ବୋଲି ଡ. ନରେଶ କୁମାର କହିଛନ୍ତି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ କିଛି ଦିନ ଧରି ବର୍ଷା କରାଇବା ପରେ ଦେଶର ଅନେକ ସହରରେ ଏବେ ପ୍ରବଳ ବର୍ଷା ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe