ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦେଶରେ ଅନେକ ସ୍ଥାନରେ ବର୍ଷା ଜାରି

ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦେଶରେ ଅନେକ ସ୍ଥାନରେ ବର୍ଷା ଜାରି

କନକ ବ୍ୟୁରୋ: ଚଳିତ ବର୍ଷ ମୌସୁମୀବାୟୁ ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ସାରିଲାଣି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ. ନରେଶ କୁମାର ।

ରବିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ଦ୍ରୁତ ଗତିରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି । ରବିବାର ମୌସୁମୀ ଦିଲ୍ଲୀ ଓ ମୁମ୍ବାଇରେ ଏକ ସମୟରେ ପହଞ୍ଚିଥିଲା । ତେବେ, ଦୀର୍ଘ ୬୨ ବର୍ଷର ବ୍ୟବଧାନ ପରେ ଏଭଳି ଘଟଣା ଘଟିଛି ।

ମୌସୁମୀ ମୁମ୍ବାଇରେ ପହଞ୍ଚିବାର ସାଧାରଣ ତାରିଖ ହେଉଛି ଜୁନ୍‌ ୧୧ ଏବଂ ଜୁନ୍‌ ୨୭ । କିନ୍ତୁ ସେହି ଦିନ ଦୁଇ ମେଟ୍ରୋ ସହରରେ ପହଞ୍ଚିଥିଲା ମୌସୁମୀ। ଏହାକୁ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସହ ଯୋଡ଼ାଯାଇ ପାରିବ ନାହିଁ, କାରଣ ଏହା ନିର୍ଦ୍ଧାରଣ କରିବାକୁ ୩୦ରୁ ୪୦ ବର୍ଷ ସମୟ ଲାଗିଥାଏ ବୋଲି ଡ. ନରେଶ କୁମାର କହିଛନ୍ତି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ କିଛି ଦିନ ଧରି ବର୍ଷା କରାଇବା ପରେ ଦେଶର ଅନେକ ସହରରେ ଏବେ ପ୍ରବଳ ବର୍ଷା ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe