କନକ ବ୍ୟୁରୋ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । କାଁଭାଁ କାଳବୈଶାଖୀ ଦେଖିବାକୁ ମିଳୁଛି । ସେହିପରି ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ଏହା ଉତର ପୂର୍ବ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ବାତ୍ୟାରେ ପରିଣତ ହେବ କି ନାର୍ହିଁ ତାହା ସ୍ପଷ୍ଟ ହେବ ।
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ
/kanak/media/post_attachments/wp-content/uploads/2024/05/16-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)