ଫଶିଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଥାନାରେ ଦାଏର ହେଲା ମାମଲା

460

କନକ ବ୍ୟୁରୋ: ଦକ୍ଷିଣ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅଲ୍ଲୁ-ଅର୍ଜୁନ ଅତୀତରେ ତାଙ୍କ ଚଳଚ୍ଚିତ୍ର ପାଇଁ ଦିନେ ବେଶ୍ ଚର୍ଚ୍ଚାରେ ଥିଲେ । ଏହି ଅଭିନେତାଙ୍କ ଫିଲ୍ମ ‘ପୁଷ୍ପା ରାଜ୍’ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ପପୁଲାର ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ଅଭିନୟ ଓ ଦମଦାର ଡାନ୍ସ ସାଙ୍ଗକୁ ଡାଏଲଗ୍ ସମସ୍ତଙ୍କୁ ଚକିତ କରିଥିଲା । ହେଲେ ଏବେ ଏହି ସୁପରଷ୍ଟାର ସମସ୍ୟା ଭିତରେ । କାରଣ ଏକ ବିଜ୍ଞାପନକୁ ନେଇ ତାଙ୍କ ନାଁରେ ଦାଏର ହୋଇଛି ମାମଲା ।

ଗଣମାଧ୍ୟମ ରିପୋର୍ଟ ଅନୂୁଯାୟୀ, ଏକ ଶିକ୍ଷାନୁଷ୍ଠାନକୁ ସମର୍ଥନ କରି ଅଲ୍ଲୁ ଅର୍ଜୁନ ସମାଲୋଚନାର ଶିକାର ହୋଇଛନ୍ତି । ଏହି ଶିକ୍ଷାନୁଷ୍ଠାନ ପାଇଁ ଏକ ବିଜ୍ଞାପନ କରି ଯାହା ବାସ୍ତବତା ନୁହେଁ ସେହି କଥାକୁ ଅଭିନେତା ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ଉପେନ୍ଦ୍ର ରେଡ୍ଡି ନାମକ ସାମାଜିକ କର୍ମୀ । ଅଲ୍ଲୁଙ୍କୁ ବ୍ୟବହାର କରି ଏହି ଶିକ୍ଷାନୁଷ୍ଠାନ ଯେଉଁ ବିଜ୍ଞାପନ କରୁଛି ତାହା ମିଥ୍ୟା ବୋଲି ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ଏହି ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।