କନକ ବ୍ୟୁରୋ: ଆଦିବାସୀ ପିଲାଙ୍କୁ ମିଳିବ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା, କୋରାପୁଟ ଜୟପୁରରେ ଦକ୍ଷିଣ ଓଡିଶାର ପ୍ରଥମ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଏକର ଜମିରେ ୪୦ କୋଟି ଟଙ୍କାରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଭଲିବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କ୍ରିକେଟ, ଫୁଟବଲ୍ ଖେଳିବା ପାଇଁ ସୁବିଧା ଉପଲବ୍ଧ କରାଯାଇଛି । ବିଳମ୍ବ ହେଉପଛେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି ।
ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ଦୃଢ଼ କରୁଛି। ଗାଁଠୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡ଼ାର ବିକାଶ ପାଇଁ #5T ଉପକ୍ରମରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି। ‘ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ… pic.twitter.com/w0iozjaw7G
— CMO Odisha (@CMO_Odisha) March 13, 2024
ଅନ୍ୟପଟେ ଭିସି ଜରିଆରେ କେନ୍ଦୁଝର ଯୋଡାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଲୋର୍କାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଡା ପୌରପାଳିକା ୯ନଂ ୱାର୍ଡରେ ଏହି ଇନଡୋର ଷ୍ଟାଡିୟମର ନିର୍ମାଣ କରାଯାଇଛି । ୭କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମରେ ୪ଟି ବ୍ୟାଡ଼ମିଣ୍ଟନ କୋର୍ଟ, ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୨ଟି ଜିମ୍, ୩ଟି ଟେବୁଲ ଟେନିସ କୋର୍ଟ, ଯୋଗ ଓ ଫିଜିଓ ଥେରାପି ପ୍ରକୋଷ୍ଠ ମଧ୍ୟ ରହିଛି । ଲୋକର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/GIkGCMuWcAAHU5A.jpeg)