କନକ ବ୍ୟୁରୋ : ଦକ୍ଷିଣ ଭାରତ ଫିଲ୍ମ ଆରଆରଆରର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ନାଟୁ ନାଟୁ ଗୀତରେ ନାଚିଲେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ । ଭାରତରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ଚାଙ୍ଗ ଜେ ବୋକ୍ ଏବଂ ଦୂତାବାସର ଅନ୍ୟ କର୍ମଚାରୀମାନେ ନାଟୁ ନାଟୁ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି । ୫୩ ସେକେଣ୍ଡର ଏହି ଭିଡିଓଟି ଏବେ ଚର୍ଚ୍ଚାରେ ରହିଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଭିଡିଓଟିକୁ ରିଟୁଇଟ୍ କରିଛନ୍ତି । ଅନେକ ସୋଶିଆଲ ମିଡିଆ ୟୁଜର୍ସ କମେଂଟ ଦେଇ କୋରିଆ ରାଷ୍ଟ୍ରଦୂତଙ୍କ ନାଚକୁ ପସନ୍ଦ କରିଛନ୍ତି । ମାସେ ପୂର୍ବରୁ ନାଟୁ ନାଟୁ ଗୀତ ୨୦୨୩ ଓସ୍କାର ପାଇଁ ବେଷ୍ଟ ଅରିଜିନାଲ ସଙ୍ଗ କାଟେଗୋରୀରେ ନୋମିନେଶନ କରାଯାଇଛି । ଏହାପୂର୍ବରୁ ନାଟୁ ନାଟୁ ଶ୍ରେଷ୍ଠ ସଙ୍ଗୀତ ବର୍ଗରେ ଗୋଲଡେନ୍ ଗ୍ଲୋବ୍ ଆୱାର୍ଡ ପାଇସାରିଛି ।