ଆଉ ପାଦେ ଆଗେଇଲା ଦକ୍ଷିଣ କୋରିଆ । ସଫଳତାର ସହ ଫ୍ଲୋରିଡାରୁ ଚନ୍ଦ୍ରଯାନ ଅଭିଯାନ ଆରମ୍ଭ କଲା ଦକ୍ଷିଣ କୋରିଆ ।

116

କନକ ବ୍ୟୁରୋ: ଦକ୍ଷିଣ କୋରିଆର ଚନ୍ଦ୍ର ଅଭିଯାନ ଆରମ୍ଭ । ଶୁକ୍ରବାର ଦିନ ଦକ୍ଷିଣ କୋରିଆ ଯୁକ୍ତରାଷ୍ଟ୍ର ୍ର ଆମେରିକା ଫ୍ଲୋରିଡାର କେପ କାନାଭେରାଲରେ ଥିବା ୟୁଏସ ଫୋର୍ସ ଷ୍ଟେସନରୁ କୋରୀୟ ପାଥଫାଲଣ୍ଡର ଲୁନାର “ଅରବିଟ ସ୍ପେସଏକ୍ସର ଫାଲକନ ନାଇନ” ରକେଟ ଦ୍ୱାରା ଉତକ୍ଷେପଣ କରାଯାଇଛି । ଏନେଇ ଦକ୍ଷିଣକୋରିଆ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ପୂର୍ବରୁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ବୁଧବାର ଉତକ୍ଷେପଣ କରିବା ପାଇଁ ଯୋଜନା କରାଯାଇଥିଲେ ବି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇ ପାରିନଥିଲା । ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଦକ୍ଷିଣ କୋରିଆ ବିଶ୍ୱର ୭ମ ଓ ଏସିଆର ୪ର୍ଥ ରାଷ୍ଟ୍ର ହେବ । ଚନ୍ଦ୍ର ଅଭିଯାନ ଚଳାଇଥିବା ଏସିଆର ବାକି ୩ଟି ଦେଶ ହେଉଛନ୍ତି ଚୀନ,ଜାପାନ ଓ ଭାରତ ।