କନକ ବ୍ୟୁରୋ : ବୟସ ଏକ ଏମିତି ଜିନିଷ ଯାହା କେବଳ ବଢିଥାଏ । ବୟସ କାହାର କେବେ କମ୍ ହୋଇଥିବାର ଆପଣ କେବେ ବି ଶୁଣିନଥିବେ । ହେଲେ ଏବେ ବିଶ୍ୱର ଏକ ଏଭଳି ଦେଶ ଯାହାର ନିର୍ଣ୍ଣୟ ଫଳରେ ପ୍ରତି ଲୋକର ବୟସ ୧ରୁ ୨ବର୍ଷ କମ୍ ହୋଇଯାଇଛି ।

Advertisment

ସୂଚନା ମୁତାବକ ଦକ୍ଷିଣ କୋରିଆର ବୟସ ଗଣନା ନେଇ ଥିବା ପାରମ୍ପାରିକ ବ୍ୟବସ୍ଥାକୁ ସମାପ୍ତ କରିଦିଆଯାଇଛି । ଏହା ବଦଳରେ ବୟସ ଗଣନା ନେଇ ସରକାର ଏକ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ବ୍ୟବସ୍ଥାକୁ ବହୁ ପୂର୍ବରୁ ବିଶ୍ୱର ଅନେକ ଦେଶ ଗ୍ରହଣ କରିସାରିଥିଲେ ବି ଦକ୍ଷିଣ କୋରିଆ ଏବେ ଏହି ଗଣନା ବ୍ୟବସ୍ଥାକୁ ଲାଗୁ କରିଛି । ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ଫଳରେ ପ୍ରତି ଲୋକର ବୟସ ୧ରୁ ୨ବର୍ଷ ପର୍ଯ୍ୟନ୍ତ କମ୍ ହୋଇଛି । ଅର୍ଥାତ ଗତକାଲି ଯାହାକୁ ୨୪ବର୍ଷ ବୟସ ହୋଇଥିଲା ଆଜି ତାଙ୍କୁ ୨୩ କିମ୍ବା ୨୨ ବର୍ଷ ହୋଇଛି ।

ଏବେଠାରୁ ଦକ୍ଷିଣ କୋରିଆରେ ଜନ୍ମ ତାରିଖରୁ ବୟସ ଗଣନା କରାଯିବ । ହେଲେ ଏହାପୂର୍ବରୁ ଏଭଳି ହେଉଥିଲା କି ୨୪ ଘଣ୍ଟା ମଧ୍ୟରେ ଜନ୍ମ ହୋଇଥିବା ପିଲାର ବୟସ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ଗଣନା କରାଯାଉଥିଲା ।

ଦକ୍ଷିଣ କୋରିଆରେ ବୟସ ଗଣନା ବାକି ଦେଶ ତୁଳନାରେ ବହୁତ ଅଲଗା । ଏଙ୍ଖାରେ ବୟସ ଗଣନା ପାଇଁ କୋରିୟମ ଏଜ ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥା କ୍ରମରେ ଜନ୍ମ ସମୟରେ ପିଲାର ବୟସ ୧ବର୍ଷ ବୋଲି ଗଣନା କରାଯାଏ । ପୁଣି ଯେତେବେଳେ ବର୍ଷ ବଦଳିଯାଏ ତେବେ ପିଲାର ବୟସ ୨ବର୍ଷ ବୋଲି ଗଣନା କରାଯାଏ ।

ସେପଟେ ବୟସ ଗଣନା ନେଇ ୩ ଟି ପ୍ରକାର ରହିଛି । ଆଇନ ଓ ପ୍ରଶାସନିକ କାମ ପାଇଁ ଦକ୍ଷିଣ କୋରିଆରେ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବୟସ ଗଣନା କରାଯାଏ । ପିଲାର ଜନ୍ମ ସମୟରେ ତାର ବୟସ ୦ ବୋଲି ଗଣନା କରାଯାଏ । ହେଲେ ବର୍ଷ ବଦଳିବା ମାତ୍ରେ ଅର୍ଥାତ ଜାନୁଆରୀ ପହିଲା ହୋଇଗଲେ ପିଲାର ବୟସ ୧ବର୍ଷ ବୋଲି ଗଣନା କରାଯାଏ । ଏହାକୁ ନଜର କଲେ ଡିସେମ୍ବର ମାସରେ ଜନ୍ମ ହୋଇଥିବା ପିଲା ଜାନୁଆରୀ ଆସିଗଲେ ୨ ବର୍ଷର ବୋଲି ଗଣନା କରାଯାଏ ।