ପ୍ରଥମ ଦରମା 500 ଟଙ୍କା ଥିଲା, ବର୍ତ୍ତମାନ ଏହି ସୁପରଷ୍ଟାର ମାସକୁ 1 କୋଟି ରୋଜଗାର କରୁଛନ୍ତି ।

ଏକ ଘରୋଇ ଜେଟ୍ ଏବଂ ଭଲିବଲ୍ ଦଳର ମଧ୍ୟ ମାଲିକ

110

ଦକ୍ଷିଣ ଭାରତରେ ଅର୍ଜୁନ ରେଡ୍ଡୀର  ସଫଳତା ପରେ ବିଜୟ ଦେବରାକୋଣ୍ଡା ଏବେ ଘରେ ଘରେ ପରିଚିତ ଏକ ନାମ ।  ସାଉଥରେ ଖୁବ୍ କମ୍ ସମୟ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି କିନ୍ତୁ ବଲିଉଡରେ ସେତେଟା ପ୍ରଭାବ ଦେଖେଇ ପାରିନାହାନ୍ତି ।  ସେ 2011 ‘ନ୍ୟୁଭିଲ୍ଲା’  ଏବଂ 2012ରେ ‘ଲାଇଫ ଇଜ ବ୍ୟୁଟିଫୁଲ’ ଚଳଚ୍ଚିତ୍ର ଜରିଆରେ ଅଭିନେତା ଭାବେ ନିଜର କ୍ୟାରିଆର ଆରମ୍ଭ କରିଥିଲେ ।  ଏହା ପରେ ୟେଭେଡ ସୁବ୍ରମଣ୍ୟମଙ୍କ ଭୂମିକା ଦ୍ଵାରା ସେ ସଫଳତାର ପ୍ରଥମ ସ୍ୱାଦ ଚାଖିଥିଲେ ଏବଂ  ପରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ‘ଅର୍ଜୁନ ରେଡ୍ଡୀ’ ଆସିଥିଲେ । ଯେଉଁଥିରେ ନିଜର ଅଭିନୟ ଦ୍ଵାରା ସେ ଏବେ ଘରେ ଘରେ ପରିଚିତ ହୋଇପାରିଥିଲେ  ।

ବିଜୟ ଡେନାର୍କୋଣ୍ଡା ଅଭିନୟ ବ୍ୟତୀତ ଜଣେ ବ୍ୟବସାୟୀ ହିସାବରେ ମଧ୍ୟ ସେ ଜଣାଶୁଣା ଏବଂ ସେ ଅନେକ ସ୍ଥାନରେ ଅର୍ଥ ବିନିଯୋଗ କରିଛନ୍ତି ।  ବିଜୟ ଦେବରାକୋଣ୍ଡାଙ୍କ ଲୋକପ୍ରିୟତା ବଢିବା ସଙ୍ଗେ ସଙ୍ଗେ ସେ ପ୍ରଯୋଜନ କ୍ଷେତ୍ରରେ ମଧ୍ୟ ପାଦ ଦେଇଛନ୍ତି । ‘ହିଲ ଏଣ୍ଟରଟେନମେଣ୍ଟ’ ନାମକ ବ୍ୟାନରରେ  ଚଳଚ୍ଚିତ୍ର ପ୍ରଯୋଜନ ମଧ୍ୟ କରୁଛନ୍ତି । କିଛି ବର୍ଷ ପୂର୍ବେ ବିଜୟ ଦେବରାକୋଣ୍ଡାଙ୍କ  15 କୋଟି ମୂଲ୍ୟର ହାଇଦ୍ରାବାଦର ଆଭିଜାତ୍ୟ ପୂର୍ଣ ଅଞ୍ଚଳ  ଜୁବୁଲି ହିଲ୍ସରେ ଏକ ବିରାଟ ବଙ୍ଗଳା କିଣିଥିଲେ । ସେ ଜଣେ ଯୁବ ଷ୍ଟାଇଲ ଆଇକନ ଭାବରେ ମଧ୍ୟ ଜଣାଶୁଣା ।  2018 ରେ ମିନ୍ତ୍ର।  ସହିତ ମିଳିତ ଭାବରେ ରୋଡି କ୍ଲବ୍ ନାମକ ଏକ ଫ୍ୟାଶନ୍ ଲେବଲ୍ ମଧ୍ୟ ଲଞ୍ଚ କରିଥିଲେ ।  ଏହି ବ୍ରାଣ୍ଡ ସଫଳତାର ସହ ବର୍ଷ ବର୍ଷ ଧରି ନିଜକୁ ଭାରତର ଏକ ଅଗ୍ରଣୀ ଆଥଲେଟିକ ପୋଷାକ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିପାରିଛି ।

ଏହି ଅଭିନେତାଙ୍କର 5 ସିଟ୍ ବିଶିଷ୍ଟ 4-ସିଲିଣ୍ଡର ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ସି ଯାହାର ମୂଲ୍ୟ 68 ଲକ୍ଷ ଟଙ୍କା ଏବଂ 1.31 କୋଟି ଟଙ୍କା  ମୂଲ୍ୟର ଭୋଲଭୋ XC90 ଏସୟୁଭି ମଧ୍ୟ ଅଛି ।  ତାଙ୍କ ପାଖରେ ବିଲସପୂର୍ଣ  ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର, ଫୋର୍ଡ ମୁସ୍ତାଙ୍ଗ ଏବଂ ବିଏମଡବ୍ଲୁ 5-ସିରିଜ୍ ସମେତ ଅନ୍ୟ ବିଳାସପୂର୍ଣ୍ଣ କାରଗୁଡିକର କଲେକସନ ମଧ୍ୟ ରହିଛି । କେବଳ ଏତିକି ନୁହେଁ ବିଜୟ ଦେବରାକୋଣ୍ଡାଙ୍କର ନିଜର ଏକ ପ୍ରାଇଭେଟ ଜେଟ ମଧ୍ୟ  ଅଛି ଏବଂ ସେ ପ୍ରାୟତ ତାଙ୍କ ପରିବାର ସହିତ ଚାର୍ଟାର୍ଡ ​​ଫ୍ଲାଇଟ୍ ରେ ଯିବାଆସିବା କରନ୍ତି । ଗତ ବର୍ଷ ଏହି ଅଭିନେତା ତାଙ୍କ ପରିବାର ସହିତ ନିଜ ପ୍ରାଇଭେଟ ଜେଟ ଯୋଗେ ତିରୁପତି ଯାଇଥିଲେ।

ଚଳିତ ବର୍ଷ ବିଜୟ ଦେବରାକୋଣ୍ଡା ମଧ୍ୟ ହାଇଦ୍ରାବାଦ ‘ବ୍ଲାକ୍ ହକ୍ସ’  ଭଲିବଲ୍ ଦଳକୁ  160 କୋଟି ଟଙ୍କା ଦେଇ କିଣିଛନ୍ତି ।  ସେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ‘ମୁଁ ଏକ ଶକ୍ତିଶାଳୀ ଳର ହାଇଦ୍ରାବାଦ ‘ବ୍ଲାକ୍ ହକ୍ସ’  ମାଲିକ ହୋଇ ଗର୍ବ ଅନୁଭବ କରୁଛି ଏବଂ । ଭଲିବଲ୍ ର ଏକ ଅଂଶ ହୋଇ ମୁଁ ବହୁତ ଖୁସି। ଆମେ ଆଶା କରୁଛୁ ତେଲୁଗୁ ରାଜ୍ୟଗୁଡ଼ିକୁ ଗର୍ବିତ କରିବା ଏବଂ ପ୍ରାଇମ୍ ଭଲିବଲ୍ ଲିଗ୍ ର 2023 ସିଜନ୍ ଜିତିବା ।

ଆଜିର ସମୟରେ ବିଜୟ ଦେବରାକୋଣ୍ଡା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଏକ ସୁପର ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । କିନ୍ତୁ ସେ ରାତାରାତି ହଠାତ୍ ବଡଲୋକ ହେଇ ଯାଇନାହାନ୍ତି । ଏଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେବରାକୋଣ୍ଡାଙ୍କ  ପ୍ରଥମ ଦରମା 500 ଟଙ୍କା ଥିଲା ଏବଂ ବର୍ତ୍ତମାନ ତାଙ୍କର ପାରିଶ୍ରମିକ 35 କୋଟି ଟଙ୍କା ଅଟେ । ଥରେ ଏକ ସାକ୍ଷାତକାରରେ, ଦେବରାକୋଣ୍ଡା ପ୍ରକାଶ କରିଥିଲେ ଯେ ଅଭିନୟ କରିବା ପୂର୍ବରୁ ସେ ଜଣେ ଟ୍ୟୁସନ ଶିକ୍ଷକ ଥିଲେ । ମାସକୁ ମାତ୍ର  500 ଟଙ୍କା ପାଉଥିଲେ । ଏହା ପରେ ସେ ଅନ୍ୟମାନଙ୍କୁ ଅଭିନୟ ତାଲିମ ଦେବା ଆରମ୍ଭ କଲେ ।  ତା’ପରେ ସେ ମାସିକ 35000 ଟଙ୍କା ରୋଜଗାର କରୁଥିଲେ । 2023 ମସିହାରେ ତାଙ୍କର ସମ୍ପତିର ଆନୁମାନିକ  ମୂଲ୍ୟ ପ୍ରାୟ 8 ମିଲିୟନ୍ ଡଲାର୍ ଅର୍ଥାତ୍ 65 କୋଟି ଟଙ୍କା ।  ଏହା ବ୍ୟତୀତ ସେମାନେ କିଛି ବ୍ରାଣ୍ଡକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି ।  ଯାହା ତାଙ୍କ ଆୟର ଅନ୍ୟ ଏକ ସ୍ରୋତ ଅଟେ ।

ଅର୍ଜୁନ ରେଡ୍ଡୀ ବ୍ୟତୀତ ବିଜୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଯେପରିକି ଡିଅର କମ୍ରେଡ, ପେଲି ଚୋପୁଲୁ ଏବଂ ଟ୍ୟାକ୍ସିୱାଲା। ଏହି ଚଳଚ୍ଚିତ୍ର ଗୁଡିକ ଭଲ ବ୍ୟବସାୟ କରିବାପରେ ପାରିଶ୍ରମିକ ବଢାଇଥିଲେ ଏବଂ ଏହାପରେ ସେ କରଣ ଜୋହରଙ୍କ ଲାଇଗର ଚଳଚ୍ଚିତ୍ର ପାଇଁ 35 କୋଟି ଟଙ୍କା ପାରିଶ୍ରମିକରେ ନେଇଥିଲେ ଏହି ଫିଲ୍ମ ଜରିଆରେ ସେ  ବଲିଉଡରେ ପ୍ରବେଶ କରିଥିଲେ । ସାଉଥ ଫିଲ୍ମ ପାଇଁ ସେ ସାଧାରଣତ ଗୋଟେ ଚଳଚ୍ଚିତ୍ର ପାଇଁ 12 କୋଟିରୁ ଅଧିକ ନେଇଥାନ୍ତି । ବର୍ତ୍ତମାନ ବିଜୟ ଦେବରାକୋଣ୍ଡା ତାଙ୍କର ଆଗାମୀ ଫିଲ୍ମ କୁଶିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥିରେ ଅଭିନେତ୍ରୀ ଭାବେ ସାମନ୍ଥା ପ୍ରଭୁ ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା  ଶିବ ନିର୍ବାଣ ଦେଇଛନ୍ତି । ଏହି ଫିଲ୍ମ  ସେପ୍ଟେମ୍ବର 1 ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।