ରାମମୟ ଅଯୋଧ୍ୟା ତ ହନୁମାନମୟ ସିନେମା ହଲ୍ । ଜାଣନ୍ତୁ ଏତେ କମ୍ ବଜେଟର ସିନେମା କିଭଳି ପ୍ରେକ୍ଷାଳୟରେ ଜିଣୁଛି ଦର୍ଶକଙ୍କ ହୃଦୟ

156

କନକ ବ୍ୟୁରୋ : ତେଲୁଗୁ ଅଭିନେତା ତେଜ୍ ସଜାଙ୍କ ଫିଲ୍ମ ହନୁମାନ ଦର୍ଶକଙ୍କ ଦ୍ୱାରା ବେଶ ଆଦ୍ରୁତ ହୋଇଛି । ଶୁକ୍ରବାର ଦିନ ଏହି ଚଳଚିତ୍ର ସିନେମା ପରଦାରେ ମୁକ୍ତି ଲାଭ କରିଥିଲା । ଏହି ଚଳଚିତ୍ରର ବଜେଟ୍ ବହୁତ ଅଧୀକ ନୁହଁ କି ଏଥିରେ କୌଣସି ବଡ ବଡ ସୁପରଷ୍ଟାର ମଧ୍ୟ ନାହାନ୍ତି । କିନ୍ତୁ ପ୍ରଥମ ପୋଷ୍ଟରରୁ ଲୋକମାନଙ୍କ ଆଗ୍ରହ ସୃଷ୍ଟି କରିଥିବା ଏହି ଚଳଚିତ୍ର ସିନେମା ହଲରେ ଯେଉଁଭଳି ପରିବେଶ ସୃଷ୍ଟି କରିଛି ତାହା କେହି ଆଶା କରିନଥିବେ ।

ଅଳ୍ପ ବଜେଟରେ ନିର୍ମିତ ଏହି ହନୁମାନ ଚଳଚିତ୍ରକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ପୁରାଣ ଉପରେ ଆଧାରିତ ଏହି ଚଳଚିତ୍ରକୁ ସପରିବାର ଦେଖିବାର ସୁଯୋଗ ମିଳୁଥିବାରୁ ସିନେମା ହଲରେ ଭିଡ ଲାଗିଛି । ଏହି ଚଳଚିତ୍ର ତେଲୁଗୁରେ ମୁକ୍ତି ଲାଭ କରିବା ସହ ହିନ୍ଦୀ, ତାମିଲ, ମାଲାୟାଲମ ଏବଂ କନ୍ନଡ ଭଷାରେ ମଧ୍ୟ ମୁକ୍ତି ଲାଭ କରିଛି । ତେଲୁଗୁ ସହିତ ଏହା ହିନ୍ଦୀ ସଂସ୍କରଣରେ ମଧ୍ୟ ବହୁତ ରୋଜଗାର କରୁଛି । ହନୁମାନ ଚଳଚିତ୍ରର ଏପରି କ୍ରେଜ୍ ଯେ ସପ୍ତାହିକ ଛୁଟି ପରେବି ଫିଲ୍ମଟି ସୋମବାର ଦିନ ମଧ୍ୟ ଭଲ ରୋଜଗାର କରିଥିଲା ।

ମୁକ୍ତି ଲାଭ କରିବା ପୂର୍ବରୁ ହନୁମାନ ଚଳଚିତ୍ର ତେଲୁଗୁରେ ୪.୧୫ କୋଟି ଟଙ୍କା ରୋଜଗାର କରିସାରିଥିଲା ଏବଂ ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରି ପ୍ରଥମ ଦିନରେ ୮.୦୫ କୋଟି ଟଙ୍କା ରୋଜଗାର କରିଥିଲା । ଯେଉଁଥିରେ ହିନ୍ଦୀ ଭାଷାରେ ଫିଲ୍ମର ଆୟ ୨.୧ କୋଟି ଟଙ୍କା ଥିଲା । ଦ୍ୱିତୀୟ ଦିନରେ ହନୁମାନ ଚଳଚିତ୍ର ୧୨.୪୫ କୋଟି ଓ ତୃତୀୟ ଦିନରେ ୧୬ କୋଟି ଟଙ୍କା ରୋଜଗାର କରିବା ସହିତ ପ୍ରଥମ ସପ୍ତାହ ଶେଷରେ ମୋଟ ୪୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା ।

ସୂଚନାରୁ ଜଣା ପଡିଛି ଯେ ସପ୍ତାହର ଶେଷ ପରେ, ଲୋକମାନଙ୍କର କାର୍ଯ୍ୟ ଦିନରେ ମଧ୍ୟ ଏହି ଚଳଚିତ୍ର ୫୦ ପ୍ରତିଶତ ପର୍ଯ୍ୟନ୍ତ ରୋଜଗାର କରିଛି । କିନ୍ତୁ ସୋମବାର ଦିନ ଏହି ଚଳଚିତ୍ର ଏକ ଭିନ୍ନ ଚମତ୍କାର କରିଛି । ଚତୁର୍ଥ ଦିନରେ ଚଳଚିତ୍ରଟି ପ୍ରାୟ ୧୪.୫୦ କୋଟି ଟଙ୍କା ସଂଗ୍ରହ କରିଛି । ଅର୍ଥାତ୍ ଫିଲ୍ମଟି ଚତୁର୍ଥ ଦିନରେ ଯେତିକି ରୋଜଗାର କରିଛି ତାହା ପ୍ରଥମ ଏବଂ ଦ୍ୱିତୀୟ ଦିନର ରୋଜଗାର ଠାରୁ ଅଧିକ । ରବିବାର ତୁଳନାରେ ଚଳଚିତ୍ରର ସୋମବାର ରୋଜଗାରରେ ୧୦ ପ୍ରତିଶତ ବି କମ ହୋଇନାହିଁ । ହନୁମାନ ମୁଭି ମାତ୍ର ୪ଦିନରେ ଭାରତରେ ହାଫ୍ ସେଂଚୁରୀ ଠାରୁ ଅଧିକା ରୋଜଗାର କରିସାରିଛି ।

ହନୁମାନ ଫିଲ୍ମ ହିନ୍ଦୀ ସସ୍କରଣରେ ସିନେମା ହଲରେ ପ୍ରଥମ ଦିନରେ ୨.୧ କୋଟି ଟଙ୍କା ରୋଜଗାର କରିଥିଲା । କିନ୍ତୁ ଦିନ କୁ ଦିନ ଏହାର ରୋଜଗାର ହିନ୍ଦୀ ଭାଷାରେ ବଢିବାରେ ଲାଗିଛି । ପ୍ରଥମ ସପ୍ତାହରେ ହିନ୍ଦୀ ଭାଷାରେ ହନୁମାନ ୧୨ କୋଟି ଟଙ୍କା ରୋଜଗାର କରିସାରିଥିଲା ।

ହିନ୍ଦୀ ଭାଷାରେ ମୁକ୍ତି ଲାଭ କରିଥିବା ହନୁମାନ ୪ ଦିନରେ ୧୭ ରୋଟି ଟଙ୍କାର ରୋଜଗାର କରିସାରିଥିବା ବେଳେ ଏହାର ଲୋକପ୍ରିୟତା ବଢୁଥିବା ଦେଖିବା ପାଇଁ ମିଳିଛି ।