ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା । ଆଲୁ ଅର୍ଜୁନ ଏହି ଦିନ ପ୍ରେକ୍ଷାଳୟରେ ଧୂମ ମଚେଇବେ ।

306

ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍ପା ୨ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି ।

ଆଲୁ ଅର୍ଜୁନଙ୍କ ଉତ୍ସାହିତ ପ୍ରଶଂସକମାନେ ଉତ୍ସାହର ସହିତ ‘ପୁଷ୍ପା-୨ ରିଲିଜକୁ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ ରେ, ନିର୍ମାତାମାନେ ଏକ ବିଶେଷ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁନଃ ନିଶ୍ଚିତ କରିଛନ୍ତି ।  ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪  ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିର୍ମାତାମାନେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ପୁଷ୍ପା-୨,  ୨୦୦ ଦିନ ଭିତରେ ରିଲିଜ ହେବ । ସମ୍ପ୍ରତି ଏହାର ସୁଟିଂ ଚାଲିଛି ।

ଅଗଷ୍ଟରେ ପ୍ରେକ୍ଷାଳୟରେ ଆଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ମୁକ୍ତିଲାଭ କରିବ

ଆଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ସୁକୁମାରଙ୍କ ‘ପୁଷ୍ପା: ଦି ରୁଲ’ ୨୦୨୪ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଏବଂ ବର୍ତ୍ତମାନ ଏହାର ଶୁଟିଂ ଶେଷ ହେବାକୁ ଯାଉଛି ବୋଲି କୁହାଯାଉଛି । ଆଜି ଅର୍ଥାତ୍ ୧୯ ଜାନୁଆରୀ, ପ୍ରଡକ୍ସନ୍ ହାଉସ୍,  ମାଉଥ୍ରୀ ମୁଭି ମେକର୍ସ ଏକ ପୋଷ୍ଟର ସେୟାର କରି ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ୨୦୦ ଦିନରେ, ପୁଷ୍ପା: ଦି ରୁଲ ୧୫  ଅଗଷ୍ଟ ୨୦୨୪ ରେ ବିଶ୍ୱବ୍ୟାପୀ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି । ଯେଉଁଥି ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ୫୦୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ଏବଂ ଏଥିରେ ଅନେକ ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ବୋଲି ଜଣାପଡିଛି ।

ଚଳଚ୍ଚିତ୍ର ପ୍ରଥମ ଭାଗର ଡାଇଲଗ ଏବଂ ଗୀତ ଦର୍ଶକଙ୍କର ବହୁତ ପସନ୍ଦ ହେଇଥିଲା

ନିର୍ଦ୍ଦେଶକ ସୁକୁମାରଙ୍କ ‘ପୁଷ୍ପା: ଦି ରାଇଜ୍’ ଡିସେମ୍ବର ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ସେହି ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେଇଥିଲା । ବିନା ପ୍ରମୋସନରେ ମଧ୍ୟ ଏହି ଚଳଚ୍ଚିତ୍ରଟି ଲକଡାଉନ୍ ପରେ ଉଲ୍ଲେଖନୀୟ  ରୋଜଗାର କରିଥିଲା ​​ଏବଂ ପ୍ରତ୍ୟେକ ଭାଷାର ଲୋକଙ୍କଠାରୁ ବହୁତ ଭଲ ପାଇବା ପାଇଥିଲା । ଗୀତ ଠାରୁ ଆରମ୍ଭ କରି ସଂଳାପ ଏବଂ ଅଭିନେତାଙ୍କ ଆକ୍ସନ, ବିଶେଷ ଭାବେ ତାଙ୍କ  ବଙ୍କା ଚାଲି ଲୋକଙ୍କ ହୃଦୟ ଜିତି ନେଇଥିଲା । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଆଲୁ ଅର୍ଜୁନ ଏପରି ଜଣେ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିଥିଲେ ଯିଏ କାହାକୁ ଡରନ୍ତି ନାହିଁ, କାହାକୁ ଭୟ କରନ୍ତି ନାହିଁ। ସେ ଚନ୍ଦନ କାଠ ଚୋରାଚାଲାଣ କରନ୍ତି ।