ଦକ୍ଷିଣ କୋରିଆ ବିରୋଧୀ ଦଳର ନେତାଙ୍କୁ ହତ୍ୟା ଉଦ୍ୟମ । ସାମ୍ବାଦିକ ସମ୍ମିଳନୀରେ ବେକ କାଟିଦେଲେ ।

ଦକ୍ଷିଣ କୋରିଆ ବିରୋଧୀ ଦଳର ନେତାଙ୍କୁ ହତ୍ୟା ଉଦ୍ୟମ ।  ସାମ୍ବାଦିକ ସମ୍ମିଳନୀରେ ବେକ କାଟିଦେଲେ ।

ଲି ଜେ-ମ୍ୟୁଙ୍ଗ ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ।

ଏକ ସାଧାରଣ ସଭାରେ ଦକ୍ଷିଣ କୋରିଆର ବିରୋଧୀଦଳ ନେତା ଲି ଜେ-ମାୟୁଙ୍ଗଙ୍କୁ ସାଂଘାତିକ ଆକ୍ରମଣ କରାଯାଇଛି। ଦେଶର ଦକ୍ଷିଣ ପୂର୍ବ ବନ୍ଦର ସହର ବୁସାନ ଗସ୍ତ ସମୟରେ ମାୟଙ୍ଗ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ବେକରେ ଛୁରୀ ମାରି ଦେଇଥିଲା । ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଲି ଜେ-ମ୍ୟୁଙ୍ଗ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା ଆକ୍ରମଣ କରିଥିଲା ।  ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ।

କୋରିଆର ନ୍ୟୁଜ୍ ଆଉଟଲେଟ୍ ଏବଂ ପ୍ରସାରଣକାରୀଙ୍କ ଅନୁଯାୟୀ ଲି’ ସାମ୍ବାଦିକମାନଙ୍କ ସହ କଥା ହେଉଥିବା ବେଳେ ଜଣେ ବ୍ଯକ୍ତି ହଠାତ ତାଙ୍କ ଉପରକୁ କୁଦି ପଡିଥିଲା । ଏବଂ ଏକ ଧାରୁଆ ଅସ୍ତ୍ର ଶାଃଜୟରେ ତାଙ୍କ ବଏକ କାଟି ଦେବକୁ ଉଦ୍ୟମ କରିଥିଲା ।  ଏହା ଦେଖି ଲୋକମାନେ ମାୟୁଙ୍ଗକୁ ସାହାଯ୍ୟ କରିବାକୁ ଦୌଡି ଆସିଥିଲେ ।  ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ । ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଡାକ୍ତରଖାନା ନିଆଯିବା ସମୟରେ ସେ ହୋସରେ ଥିଲେ ।

ପିଲାବେଳେ କାରଖାନାରେ କାମ କରିବାକୁ ପଡୁଥିଲା

ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ମାୟୁଙ୍ଗ ଗତ ବର୍ଷ ରକ୍ଷଣଶୀଳ ତଥା ବର୍ତ୍ତମାନର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କୁ ଏକ କଠୋର ରାଷ୍ଟ୍ରପତି ଦୌଡ଼ରେ ହରାଇଥିଲେ। ଲିଙ୍କୁ ପିଲାଦିନରୁ ଅଧ୍ୟୟନ ଛାଡି ଏକ କାରଖାନାରେ କାମ କରିବାକୁ ପଡିଥିଲା । ସେ ନିଜର ରାଜନୈତିକ ଅଭିଯାନରେ ଦାରିଦ୍ର୍ୟରୁ ଉପରକୁ ଉଠିଥିବା କାହାଣୀକୁ ସର୍ବଦା କହିଥାନ୍ତି । ତେବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଆଗେଇ ନେବାକୁ ତାଙ୍କର ଇଚ୍ଛା ପୂରଣ ହୋଇପାରିନଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରେ ହୋଇଥିବା ଏହି ମାରାତ୍ମକ ଆକ୍ରମଣକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe