“ଆମେ କ୍ଷମା ମାଗୁଛୁ , ଭାରତ ବିନା ଆମେ ଆଗକୁ ବଢି ପାରିବୁ ନାହିଁ : ମୋଦୀ ହେଉଛନ୍ତି ୱାର୍ଲ୍ଡ ଲିଡର” । ଏମିତି କହିଲେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ।

4,392

ଭାରତ ଏବଂ ମାଲଦ୍ୱୀପ ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଡିବ ଭାରତର ଏକ ମେଡ଼ିଆ ସହିତ ଏକ ବିଶେଷ ବାର୍ତ୍ତାଳାପରେ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ‘ଆମେ କ୍ଷମା ପ୍ରାର୍ଥନା କରୁଛୁ । ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।

ମାଲଦ୍ୱୀପର ନୂତନ ସରକାର ଭାରତ ବିରୋଧୀ ବୋଲି ନିର୍ବାଚନ ପରଠାରୁ ଜଣା ପଡି  ସାରିଲାଣି । ସମ୍ପର୍କ ଧୀରେ ଧୀରେ ବିଗିଡିବାରେ ଲାଗିଥିଲା । ଭାରତ ସହିତ ମାଲଦ୍ୱୀପର ସମ୍ପର୍କ ବେଶି ଖରାପ ହେବାକୁ ଲାଗିଲା ଯେତେବେଳେ ତାଙ୍କର ମନ୍ତ୍ରୀମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।

ସମସ୍ତ ବିବାଦ ମଧ୍ୟରେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଡିବଙ୍କୁ ଭାରତ ସମର୍ଥନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ବିବାଦ ପାଇଁ ସେ କ୍ଷମା ମାଗିଥିବାବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱ ନେତା ବୋଲି ବର୍ଣ୍ଣନା କରିଛନ୍ତି ।

ଭାରତର ମିଡ଼ିଆ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଅହମ୍ମଦ ଆଡେବ କହିଛନ୍ତି ଯେ “କୋଭିଡରେ ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ବହୁତ ସାହାଯ୍ୟ କରିଛନ୍ତି, ପିଏମ ମୋଦୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଜଣେ ବିଶ୍ୱ ନେତା, ଆମେ କ୍ଷମା ମାଗୁଛୁ। ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।“

ଅହମ୍ମଦ ଆଦିବ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଖଦାୟକ ଅଟେ । ମନ୍ତ୍ରୀମାନଙ୍କୁ ନିଲମ୍ବିତ କରାଯାଇଛି । ମୋର ପରାମର୍ଶ ହେଉଛି ସେମାନେ ଇସ୍ତଫା ଦେବା କଥା । ଏପରି ହେବା ଉଚିତ୍ ନୁହେଁ । କୋଭିଡ ସମୟରେ ପିଏମ ମୋଦୀ ଆମକୁ ବହୁତ ସାହାଯ୍ୟ କରିଥିଲେ, ଭାରତ ଆମକୁ ସବୁବେଳେ ବହୁତ ସାହାଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଚାହୁଁଛି ଏହି ବନ୍ଧୁତା ଆଗକୁ ବଢୁ । ପ୍ରଧାନମନ୍ତ୍ରୀ ମୋଦୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଜଣେ ବିଶ୍ୱ ନେତା, ଆମେ ମଧ୍ୟ ତାଙ୍କ ସହ ଚାଲିବା ଉଚିତ୍ ।

ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ଯେ ‘ଆମେ ଭାରତ ରାସ୍ତାରେ ଚାଲିବ ଉଚିତ୍ । ନୂତନ ସରକାର ଗଠନ ହେବାର ଦୁଇ ମାସ ବିତିଗଲାଣି, ଆସନ୍ତାକାଲି ଆମର ରାଷ୍ଟ୍ରପତି ଚୀନ୍ ଯାଉଛନ୍ତି ।  ଆସନ୍ତୁ ଦେଖିବା ସେ କଣ କରୁଛନ୍ତି । ଆମେ କେବଳ ବନ୍ଧୁତାକୁ ଦୃଢ କଲେ ହିଁ ଅଗ୍ରଗତି କରିପାରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଅନେକ କ୍ଷତି ହୋଇଛି, ବହୁତ ବୁକିଂ ବାତିଲ କରାଯାଉଛି । ଭାରତୀୟ ସେଲିବ୍ରିଟିମାନେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଆମେ କ୍ଷମା ମାଗୁଛୁ । ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।