କନକ ବ୍ୟୁରୋ : ମାଲଦୀପ ଓ ଭାରତ ମଧ୍ୟରେ ଲାକ୍ଷାଦୀପକୁ ନେଇ ବିବାଦ ଉପୁଜିଛି । ଏହାରି ମଧ୍ୟରେ ମାଲଦୀପ ସରକାରଙ୍କ ୩ ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମାଲିଦୀପ ସରକାର ସେହି ୩ ମନ୍ତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମାଲଦୀପ ଗସ୍ତର କିଛି ଫଟୋ ପୋଷ୍ଟ କରିଥିଲେ । ଏହା ଉପରେ ମାଲଦୀପର ଯୁବ ସଶକ୍ତିକରଣ ମନ୍ତ୍ରୀ ମାରିୟମ ଶିଓନା ଏହି ପୋଷ୍ଟ ଉପରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଦ୍ୱାରା ଏହାକୁ ସମାଲୋଚନା କରାଯିବା ପରେ ସେ ତାଙ୍କ ଟିପ୍ପଣୀ ଡିଲିଟ୍ କରିଦେଇଥିଲେ । ଏନେଇ ଭାରତ ତରଫରୁ ସମାଲୋଚନା କରାଯିବା ପରେ ମାଲଦୀପ ସରକାର କହିଥିଲେ କି, ଏହା ତାଙ୍କର ବ୍ୟକ୍ତିଗତ ମତ, ଏଥିରେ ମାଲଦୀପ ସରକାରଙ୍କର କୌଣସି ସଂପୃକ୍ତି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Untitled-1-11.jpg)