କନକ ବ୍ୟୁରୋ : କରୋନାର ଡେଲଟା ଭାରିଆଣ୍ଟର ଭୟ ନ ସରିଥିବାବେଳେ ଏହାର ନୂଆ ଭାରିଆଣ୍ଟ ଭୟ ବଢାଇଲାଣି । ଏହି ସମୟରେ ବିଶ୍ୱରେ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ କରୋନା ଭୂତାଣୁର ନୂଆ ରୂପ ଦେଖିବାକୁ ମିଳିଛି । ଭୂତାଣୁର ନୂଆ ରୂପର ନାମ ହେଇଛି ସାର୍ସ ସି.୧.୨ । ଏହା ପୂର୍ବ ଭୂତାଣୁ ଠାରୁ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । କରୋନା ଟିକାର କବଚକୁ ମଧ୍ୟ ଏହା ସହଜରେ ଭେଦି ପାରିବାର କ୍ଷମତା ରଖୁଛି, ଯାହାକି ଚିନ୍ତାର କାରଣ ପାଲଟିଛି ।
ଦକ୍ଷିଣ ଆଫ୍ରିକାରେ ପ୍ରଥମ ଲହର ସମୟରେ କରୋନା ଭୂତାଣୁର ସି.୧ ଭାରିଆଣ୍ଟ ପ୍ରଭାବ ବିସ୍ତାର କରିଥିବାବେଳେ ଏବେ ନୂଆ ଭାରିଆଣ୍ଟର ସଂକ୍ରମଣ କ୍ଷମତା ପୂର୍ବ ଠାରୁ ୧୦ ଗୁଣ ଅଧିକ । ଗୋଟିଏ ପଟେ ଡେଲଟା ଭୂତାଣୁର ପ୍ରକୋପ ଅନେକ ଦେଶରେ ଏବେ ପର୍ଯ୍ୟନ୍ତ କମିନାହିଁ ଅନ୍ୟପଟେ ଅନେକ ଦେଶରେ ତୃତୀୟ ଲହରକୁ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତା ପ୍ରକଟ କଲେଣି । ଏହି ସମୟରେ କରୋନାର ଏହି ନୂଆ ଭାରିଆଣ୍ଟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ଏହା ଉପରେ ଅଧିକ ଅଧ୍ୟୟନ ଚାଲିଥିବା ବିଶେଷଜ୍ଞ ମତ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/4-43.jpg)