କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କରୋନା ପଜିଟିଭ୍ । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେପଟାଉନରେ ସଙ୍ଗରୋଧରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କରୋନା ଟିକାର ଡବଲ ଡୋଜ୍ ନେଇଥିଲେ । ଡବଲ ଡୋଜ୍ ନେଇଥିଲେ ବି ସେ କରୋନାରେ ସଂକ୍ରମିତ ହୋଇଛନ୍ତି ।

Advertisment

ତେବେ ଟିକା ପ୍ରଭାବକୁ ହ୍ରାସ କରୁଛି କରୋନାର ନୂଆ ପ୍ରଜାତି । ବିଭିନ୍ନ ଦେଶରେ ଓମିକ୍ରନ ଭୂତାଣୁ ସଂପର୍କରେ ଅନୁଧ୍ୟାନ କରି ଏପରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଛି, ଡେଲଟା ଭୂତାଣୁ ଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ । ତେବେ ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଯାଉନାହିଁ । ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୬୩ଟି ଦେଶକୁ ଏହା ବ୍ୟାପିଗଲାଣି । ମିଳିଥିବା ପ୍ରାଥମିକ ତଥ୍ୟକୁ ଅନୁଧ୍ୟାନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି କହିଛି, ସଂକ୍ରମଣ ନେଇ ଟିକାର ଯେଉଁ ପ୍ରଭାବ ଥିଲା, ତାହା ଓମିକ୍ରନ ଯୋଗୁଁ ହ୍ରାସ ପାଉଛି । ଯଦି ଗୋଷ୍ଠୀ ସଂକ୍ରମଣ ହୁଏ, ତେବେ ଏହା ଡେଲଟା ଭୂତାଣୁ ଠାରୁ ଅଧିକ ସଂକ୍ରମକ ହେବ ବୋଲି କହିଛି ଡବ୍ଲୁଏଚଓ । ଓମିକ୍ରନ ସଂକ୍ରମଣ ରୋକିବାକୁ ଅନେକ ଦେଶ କଟକଣା ଲାଗୁ କରିଛନ୍ତି ।