ମୁଁ ଥକି ଗଲିଣି ! ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ‘ମିଷ୍ଟର ୩୬୦ ଡିଗ୍ରୀ’ ଏବି ଡିଭିଲିୟର୍ସ

123

ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ । କ୍ରିକେଟ ପ୍ରଂଶସକଙ୍କ ପାଇଁ ମିଷ୍ଟର ୩୬୦ ଡିଗ୍ରୀ ନାମରେ ପରିଚିତ ଥିବା ଡିଭିଲିୟର୍ସ ବୁଧବାର ଅର୍ନ୍ତଜାତୀୟ କ୍ରିକେଟର ସବୁ ଫମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଭଳି ନିଷ୍ପତି ନେଇ ଅନେକ କ୍ରିକେଟପ୍ରେମୀ ଚକିତ କରି ଦେଇଛନ୍ତି ଡିଭିଲିୟର୍ସ । ଏଭଳି ନିଷ୍ୱତି ନେବା ତାଙ୍କ ପକ୍ଷେ ବେଶ କଠିନ ଥିଲା ବୋଲି କହିଛନ୍ତି ଏବି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳୁଥିବା ୩୪ ବର୍ଷିୟ ଡ଼ିଭିଲିୟର୍ସ ମୋଟ ୧୧୪ଟି ଟେଷ୍ଟ ମ୍ୟାଚ ଓ ୨୨୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହାସହ ଜଣେ ଟି-୨୦ ସ୍ପେଶାଲିଷ୍ଟ ଭାବେ ୭୮ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।

୧୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ଼ ହାସଲ କରିଛନ୍ତି ଡିଭିଲିୟର୍ସ । କ୍ରିକେଟ ଦୁନିଆର ସୁପରମ୍ୟାନ କୁହାଯାଉଥିବା ଡିଭିଲିୟର୍ସ ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ ୫୦ ରନ (୧୬) ବଲ , ଦ୍ରୁତତମ ଶତକ ୧୦୦ (୩୧) ବଲ ଓ ଦ୍ୁତତମ ୧୫୦ (୬୪) ବଲର ରେକର୍ଡ଼ ନିଜ ନାଁରେ କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିଭିଲିୟର୍ସ ଖେଳୁଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଷ୍ଟାଇଲ ପାଇଁ ବିଶ୍ୱର ପ୍ରତି ଦେଶରେ ପ୍ରଂଶସକ ସୃଷ୍ଟି କରିପାରିଛନ୍ତି । ଏବି ଡିଭିଲିୟର୍ସଙ୍କ ବ୍ୟାଟିଂ ଦେଖିବା ପାଇଁ ବିପକ୍ଷ ଦଳର ପ୍ରଂଶସକ ମାନେ ମଧ୍ୟ ଚାତକ ଭଳି ଚାହିଁ ରହିଥାନ୍ତି । କ୍ରିକେଟ ପଡ଼ିଆରେ ନୂଆ ନୂଆ ସଟ ଆବିଷ୍କାର କରିଥିବା ଡିଭିଲିୟର୍ସଙ୍କ ଏଭଳି ନିଷ୍ପତିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।

ଡିଭିଲିୟର୍ସ ନିଜର ଅଫିସିଆଲ ଆପରେ ଅବସର ଘୋଷଣା କରିବା ସହ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ଼ ଓ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି, ସନ୍ନ୍ୟାସ ନେବା ପାଇଁ ଏହା ହେଉଛି ଠିକ୍ ସମୟ ଏବଂ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବା ପାଇଁ ସେ ଏପରି ନିଷ୍ପତି ନେଇଥିବା କହିଛନ୍ତି । ତେବେ ଘରୋଇ କ୍ରିକେଟ ଖେଳିବା ନେଇ ସେ ଗ୍ରୀନ ସିଗନାଲ ଦେଇଛନ୍ତି ।

ଏବି କହିଛନ୍ତି ୧୪ ବର୍ଷ ପୂର୍ବେ ଯେତେବେଳେ ତାଙ୍କୁ ଦକ୍ଷିଣ ଆଫ୍ରିକା ଟିମରେ ସୁଯୋଗ ମିଳିଥିଲା ସେତେବେଳେ ମୁଁ ବହୁତ ଡ଼ରିଯାଇଥିଲି । କିନ୍ତୁ ଏବେ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ଖେଳିବା ପରେ ସନ୍ନ୍ୟାସ ନେଉଛି । ସତ କଥା ହେଲା ମୁଁ ବହୁତ ଥକିଗଲିଣି । ଏହି ନିଷ୍ପତି ମୋ ପାଇଁ ବେଶ କଷ୍ଟଦାୟକ । କିନ୍ତୁ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିବା ପରେ ଅବସର ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ । ତେବେ ବାହାର ଦେଶରେ ଖେଳିବା ନେଇ କୌଣସି ଯୋଜନା ନାହିଁ କିନ୍ତୁ ଘରୋଇ କ୍ରିକେଟ ଖେଳିବା ନେଇ ଗ୍ରୀନ ସିଗନାଲ ଦେଇଛନ୍ତି ଡିଭିଲିୟର୍ସ ।