ଆରମ୍ଭ ହେଲା ବିଶ୍ୱକପ୍ ଲଢେଇ । ପ୍ରଥମ ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି, ପ୍ରଥମ ଓଭରରେ ଇଂଲଣ୍ଡକୁ ଝଟକା ।

75

କନକ ବ୍ୟୁରୋ : ବାଜିଲା ବିଗୁଲ । ଆରମ୍ଭ ହେଲା କ୍ରୀଡା ମହାକୁମ୍ଭ କ୍ରିକେଟ୍ ବିଶ୍ୱକପ ୨୦୧୯ । ଉଦଘାଟନୀ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା । ହାଇ ଭୋଲଟେଜ୍ ମ୍ୟାଚରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି । ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିବା ଇଂଲଣ୍ଡ ଦଳକୁ ପ୍ରଥମ ଓଭରରେ ହିଁ ଲାଗିଛି ବଡ ଝଟକା ।

ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଇଂଲଣ୍ଡ ଖେଳାଳୀ ଜନି ବେୟାରଷ୍ଟ୍ରୋଙ୍କୁ ପ୍ରଥମ ଓଭରର ଦ୍ୱିତୀୟ ବଲରେ ପ୍ୟାଭିଲିୟନ୍ ପଠାଇଛନ୍ତି ଦକ୍ଷିଣ ଆଫ୍ରିକାର ଘାତକ ସ୍ପିନର ଇମ୍ରାନ୍ ତାହିର । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଇଂଲଣ୍ଡ ୫ ଓଭର ୩ଟି ବଲରେ ବହୁମୂଲ୍ୟ ଗୋଟିଏ ୱିକେଟ୍ ହରାଇ ୩୧ ରନ୍ କରି ବ୍ୟାଟିଂ ଜାରି ରଖିଛି ।