କନକ ବ୍ୟୁରୋ : ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା । ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଦଳ । ଦଳ ପକ୍ଷରୁ କାଲସେନ ୮୧ରନର ଦମଦାର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । ସେପଟେ ଅଧିନାୟକ ବଭୁମା ମଧ୍ୟ ୩୫ରନ ଇନିଂସ ଖେଳିଥିଲେ ।
ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୪୮ ରନ କରି ୬ ୱିକେଟ ହରାଇଥିଲା । ଦଳ ପାଇଁ ଶ୍ରେୟସ ଆୟାର ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ଇଶାନ କିଶାନ ୩୪ ରନର ଇନିଂସ ଖେଳିଥିଲେ । ଶେଷ ଆଡକୁ ଦିନେଶ କାର୍ତ୍ତିକ ୩୦ରନର ପାଳି ଖେଳିଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ନଟିଜ ସର୍ବାଧିକ ୨ଟି ୱିକେଟ ହାସଲ କରିଥିବା ବେଳେ ଅନ୍ୟମାନେ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୦ ଓଭରରେ ୧୪୯ ରନ ଲକ୍ଷ୍ୟ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/2-22.jpg)