ଭାରତ ବିପକ୍ଷ ଟି-୨୦ରେ ୯ ୱିକେଟ ବିନିମୟରେ ଜିତିଲା ଦକ୍ଷିଣ ଆଫ୍ରିକା । ୧-୧ରେ ଶୃଙ୍ଖଳା ବରାବର୍ 

ଭାରତ ବିପକ୍ଷ ଟି-୨୦ରେ ୯ ୱିକେଟ ବିନିମୟରେ ଜିତିଲା ଦକ୍ଷିଣ ଆଫ୍ରିକା । ୧-୧ରେ ଶୃଙ୍ଖଳା ବରାବର୍ 

trendolizer.com

ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛି। ପ୍ରଥମେ ଭାରତକୁ ୧୩୪ ରନରେ ଅଟକାଇବା ପରେ ଦକ୍ଷିଣ ଆଫ୍ରିକା ୧୩୫ ରନ୍ ବିଜୟ ଲକ୍ଷ୍ୟକୁ ୧୬.୫ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ ହରାଇ ପୂରା କରିଛି। ବୋଲିଂରେ କାଗିସୋ ରବାଦା ୪ ଓଭର ବୋଲିଂ କରି ସେ ୩୯ ରନ୍ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ବିଜରୋନ ଫଟ୍ୟୁଇନ ଓ ବେଉରାନ ହ୍ୟାଣ୍ଡରିକ୍ସଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ ତବ୍ରାଇଜ୍ ଶାମସିଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ଦକ୍ଷିଣ ଆଫ୍ରିକାର ଅଧିନାୟକ କ୍ୱିଣ୍ଟନ୍ ଡି’କକ୍ ୫୨ଟି ବଲ୍ ଖେଳି ୭୯ ରନ୍ କରିଥିଲେ। ଏଥିରେ ୬ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଓ୍ଵିକେଟରେ ୭୬ ରନ୍ କରିଥିଲା। ଏଥିରେ ରିଜା ହ୍ୟାଣ୍ଡରିକ୍ସଙ୍କ ୨୬ଟି ବଲରୁ ୨୮ ରନ୍ ଯୋଗଦାନ ଥିଲା। ହାର୍ଦିକ ପାଣ୍ଡ୍ୟାଙ୍କ ବଲ ବିରାଟ କୋହଲିଙ୍କୁ କ୍ୟାଚ୍ ଦେଇ ହ୍ୟାଣ୍ଡରିକ୍ସ ପାଭଲିଅନ୍ ଫେରିଥିଲେ। ତେମ୍ବା ବାଭୁମା ଅପରାଜିତ ୨୭ ରନ୍ କରି ପାଭଲିଅନ୍ ଫେରିଥିଲେ।

ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକାର ୧୪୦ ରନ୍ କରି ଶୃଙ୍ଖଳାକୁ ଡ୍ର କରିପାରିଛି। ମୋହାଲି ଟି-୨୦ରେ ଭାରତ ବିଜୟୀ ହୋଇଥିବା ବେଳେ ଧର୍ମଶାଳା ମୁକାବିଲା ବର୍ଷା ଯୋଗୁଁ ବାତିଲ ହୋଇଥିଲା।

ପ୍ରଥମ ଇନିଂସରେ ଓପନର ଶିଖର ଧାଓ୍ଵାନ (୩୬ ରନ୍, ୨୫ ବଲ, ୪ ଚୌକା ଓ ୨ ଛକା)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟସମ୍ୟାନମାନେ ସେତେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ମାତ୍ର ଓ୍ଵିକେଟ୍କିପର ତଥା ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ଅଲରାଉଣ୍ଡର ଜାଦେଜା ୧୯-୧୯ ରନ୍ ଯୋଡ଼ିଥିଲେ। ହାର୍ଦିକ ପାଣ୍ଡ୍ୟା ୧୪ ରନ, ଶ୍ରେୟସ ଆୟର ୫ ରନ୍ କରିଥିବା ବେଳେ କ୍ରୁଣାଲ ପାଣ୍ଡ୍ୟା ଓ ଓ୍ଵାସିଂଟନ୍ ସୁନ୍ଦର ୪-୪ ରନ୍ ଯୋଡ଼ିଥିଲେ।

ଭାରତୀୟ ଓପନର ରୋହିତ ଶର୍ମା (୯ ରନ୍) ଓ ଶିଖର ଧାଓ୍ଵନ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ମାତ୍ର ସ୍କୋର ୨୨ ରନରେ ରୋହିତ ଆଉଟ ହୋଇଯାଇଥିଲେ। ଏହା ପରେ ଭାରତ ଦ୍ୱିତୀୟ ଓ୍ଵିକେଟରେ ୪୧ ରନ୍ ଯୋଡ଼ିଥିଲା। ଶିଖର ଧାଓ୍ଵନ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୬୩ ରନ୍ ଥିଲା। ସେହିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହାଲି (୯ ରନ୍) ଅଧିକ ସମୟ କ୍ରିଜ୍ରେ ରହିପାରି ନଥିଲେ। ଭାରତ ତୃତୀୟ ଓ୍ଵିକେଟ ଭାବେ କୋହଲି ଆଉଟ୍ ହେବା ବେଳକୁ ଟିମ୍ ଇଣ୍ଡିଆର ସ୍କୋର ୧୨.୪ ଓଭରରେ ୯୦ ରନରେ ପହଞ୍ଚିଥିଲା। ମାତ୍ର ମଧ୍ୟ ଓ ଶେଷ କ୍ରମରେ ଭଲ ରନ୍ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe