କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ପାର୍ଲଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୧ ରନରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଦ୍ବାରା ରଖା ଯାଇଥିବା ୨୯୭ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ ସର୍ବାଧିକ ୭୯ ରନ, ବିରାଟ କୋହଲି ୫୧ ରନ ଓ ଶାର୍ଦ୍ଦୁଲ ଠାକୁର ୫୦ ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ତେବେ ୯ ଓ୍ବିକେଟ ଯୋଡ଼ିରେ ଠାକୁର ଓ ବୁମରା କିଛି ସମୟ ଲଢେଇ କରିଥିଲେ ।
That’s that from the 1st ODI.
South Africa win by 31 runs.
Scorecard – https://t.co/PJ4gV8SFQb #SAvIND pic.twitter.com/NrRNxZgMNK
— BCCI (@BCCI) January 19, 2022
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଦଳ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ଟେମ୍ବା ବାଭୁମା ଓ ରାସି ଭାନ ଡର ଦୁସେନ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିବା ସହ ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଦକ୍ଷିଣ ଆଫ୍ରିକା ୨୯୬ ରନ କରିପାରିଥିଲା । ବାଭୁମା ୧୧୦ ରନ କରି ବୁମରାଙ୍କ ବଲର ଶିକାର ହୋଇଥିଲେ । ଦୁସେନ ୧୨୯ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଓ୍ବିକେଟ ନେଇଥିଲେ ।