କନକ ବ୍ୟୁରୋ : ଆଜି କେପଟାଉନରେ ଭାରତ- ଦକ୍ଷିଣ ଆଫ୍ରିକାରେ ମଧ୍ୟରେ ଖେଳାଯିବ ତୃତୀୟ ବା ଫାଇନାଲ ଟେଷ୍ଟ । ପ୍ରଥମ ଟେଷ୍ଟରେ ଭାରତ ବିଜୟଲାଭ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଘରୋଇ ଦଳ ସପକ୍ଷରେ ଯାଇଥିଲା  । ଦକ୍ଷିଣ ଆଫ୍ରିକାରେ ଐତିହାସିକ ଶୃଙ୍ଖଳା ବିଜୟ ଅନ୍ବେଷଣରେ ଥିବା ଭାରତ ପାଇଁ କେପ୍‌ଟାଉନ୍ ଶେଷ ବାଧା ଭାବେ ଉଭା ହୋଇଛି । ଏଠାରେ ୫ ଟେଷ୍ଟ୍ ଖେଳି ଭାରତ ୩ ପରାଜୟ ଏବଂ ୨ ଡ୍ର’ ପାଇଛି। ଚଳିତ ତିନି ଟିକିଆ ଶୃଙ୍ଖଳାର ବି ଭାରତକୁ ମିଶ୍ର ଫଳ ମିଳିଛି । ପ୍ରଥମ ଟେଷ୍ଟ ଜିତିଥିଲା ବେଳେ ଦ୍ବିତୀୟରେ ପରାଜିତ ହୋଇଛି । ସେଞ୍ଚୁରିଅନ୍ ଟେଷ୍ଟ୍ ଜିତି ଇତିହାସ ରଚିବା ପରେ ଜୋହାନ୍ସବର୍ଗରେ ଦ୍ବିତୀୟ ଟେଷ୍ଟ୍ ହାରି ଦକ୍ଷିଣ ଆଫ୍ରିକାକୁ ଶୃଙ୍ଖଳାକୁ ଫେରିବାର ସୁଯୋଗ ଦେଇଥିଲା ଭାରତ । ଏହି କାରଣରୁ କେପ୍‌ଟାଉନ୍ ଟେଷ୍ଟ୍ ଶୃଙ୍ଖଳା ନିର୍ଣ୍ଣାୟକର ମାନ୍ୟତା ଲାଭ କଲା ।

Advertisment

ଚିନ୍ତାର କଥା ହେଲା କେପ୍‌ଟାଉନ୍‌ରେ ଭାରତ ଆଦୌ ବିଜୟର ମଧୁର ସ୍ବାଦ ପାଇନି । ସେଥିପାଇଁ ଏହି ଟେଷ୍ଟ୍ ଜିତିଲେ ଭାରତୀୟ କ୍ରିକେଟ୍ ଦଳ ଏକାଥରକେ ଦୁଇଟି ନୂଆ କୀର୍ତ୍ତିମାନ କରିପାରିବ। କେପ୍‌ଟାଉନ୍‌କୁ ଅଧିକାର କରିବା ସହ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶୃଙ୍ଖଳା ଜିତିବାର ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରିବ । ତେବେ ଜୋହାନ୍ସବର୍ଗରେ ଆତ୍ମବିଶ୍ବାସଭରା ବିଜୟ ହାସଲ କରିବା ପରେ ଦକ୍ଷଣ ଆଫ୍ରିକାର ଯୁବ ବାହିନୀ ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ବିପକ୍ଷରେ ଆଉ ଏକ ବିରାଟ ବିଜୟ ହାସଲ କରି ହୃତଗୌରବ ଫେରି ପାଇବା ଆଶାରେ ରହିବ । ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍‌ରେ ନିଜ ୯୯ତମ ଟେଷ୍ଟ୍ ଖେଳିବେ । ମଙ୍ଗଳବାର ତାଙ୍କ ଝିଅ ବାମିକାର ପ୍ରଥମ ଜନ୍ମଦିବସ ହୋଇଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍ ବିଶେଷ ଖୁସି ନେଇ ଆସିବ । ତେବେ ବିଗତ କିଛି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ କୋହଲି ବଡ଼ ପାଳି ଖେଳି ନଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ।

ମ୍ୟାଚ ପୂର୍ବରୁ ଭାରତ ପାଇଁ ବଡ ଖବର ଯେ ଫିଟ ଅଛନ୍ତି କେହାଲି ଏବଂ କୋହଲି ମ୍ୟାଚ ଖେଳିବା ପାଇ  ସଂମ୍ପୂଣ୍ଣ ଫିଟ୍ ଅଛନ୍ତି ବୋଲି କହିଛନ୍ତି  । ତାଙ୍କୁ ନେଟରେ ଅଭ୍ୟାସ କରୁଥୁବାର ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିିକା ବିରୁଦ୍ଧରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଖେଳି ପାରିନଥିଲେ । ଫର୍ମରେ ଥିବା ଦ୍ରୁତ ବୋଲର ସିରାଜ ଆଘାତ ପାଇଁ ଖେଳୁନଥିବାବେଳେ ତାଙ୍କ ସ୍ଥାନରେ ଦଳ ଉମେଶ ନା ଇଶାନ୍ତଙ୍କୁ ନେଉଛି ତାହା ଉପରେ ନଜର ରହିଛି । ସେପଟେ ବିରାଟ ଖେଳିବା ଏକପ୍ରକାର ନିଶ୍ଚିତ । ମ୍ୟାଚ ଜିତିବାକୁ ହେଲେ ଭାରତର ଟପ ଅର୍ଡରଙ୍କୁ ରନ କରିବାକୁ ହେବ  । ମଧ୍ୟକ୍ରମରେ ବିରାଟଙ୍କ ବ୍ୟାଟଙ୍କ ଠାରୁ ମଧ୍ୟ ଦର୍ଶକ ଭଲ ସ୍ମୋର ଆଶା ରଖିଛନ୍ତି  । ଯଦି ଭାରତ ଅନ୍ତିମ ଟେଷ୍ଟ ଜିତୁଛି ତେବେ ଭାରତ ନ୍ୟୁଜିଲ୍ୟାଣ୍ଡ ପଡିଆରେ ପରାଜୟର ରେକର୍ଡ ଭାଙ୍ଗିବ ।

ସମ୍ଭାବ୍ୟ ଭାରତ : କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଆର୍‌ ଅଶ୍ବିନ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା/ଉମେଶ ଯାଦବ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା : ଡିନ୍ ଏଲଗାର (ଅଧିନାୟକ), ଏଦେନ ମର୍କରାମ, କିଗାନ ପିଟରସନ୍, ରାଶି ଭାନ୍‌ ଦର ଦୁସେନ, ତେମ୍ବା ବଭୂମା, କାଇଲ ଭେରିନ୍, ମାର୍କୋ ଜେନସନ୍, କେଶବ ମହାରାଜ, କାଗିସୋ ରବାଦା, ଦୁଆନେ ଓଲିଭର, ଲୁଙ୍ଗି ଏନ୍‌ଗିଡି।