କନକ ବ୍ୟୁରୋ : ପୁଣି ହାରିଲା ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ଭାରତ ଠାରୁ । ଆଉ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ୧୩୪ ରନର ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲଗାତର ଦୁଇଟି ପରାଜୟ ସହ ବିଶ୍ୱକପ୍ ପଏଂଟ ଟେବୁଲର ନବମ ସ୍ଥାନକୁ ଖସି ଆସିଛି ୫ଥରର ବିଜେତା କଙ୍ଗାରୁ ଦଳ । ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ଅଷ୍ଟ୍ରେଲିଆକୁ ମହଙ୍ଗା ପଡ଼ିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ କରିଥିଲା ୩୧୧ ରନ୍ ।

Advertisment

ଓପନର କ୍ୱିଂଟନ୍ ଡି-କକ୍ ଆଉଏକ ଶତକୀୟ ଇନିଂସ୍ ଖେଳିଥିଲେ । ସେ ୧୦୯ ରନ୍ କରିଥିବା ବେଳେ ଏଡେନ୍ ମାର୍କ୍ରମ ୫୬ ରନ୍, ଅଧିନାୟକ ତେମ୍ବା ବଭୁମା ୩୫, ହେନରିଚ୍ କ୍ଲାସେନ ୨୯ ରନ୍ କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ୍ ହୋଇଯାଇଥିଲା । ମାର୍ନସ ଲାବୁଶେନଙ୍କ ୪୬ ରନର ଇନିଂସକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର୍ ସେଭଳି ଆଖିଦୃଶିଆ ବ୍ୟାଟିଂ କରିନଥିଲେ । ଦକ୍ଷିଣ ଆଫ୍ରିକାର ସଫଳ ବୋଲର ଭାବେ କାଗିସୋ ରବାଡା ୩ଟି ୱିକେଟ୍ ନେଇଥିଲେ । ଆଜି ଚେନ୍ନାଇରେ ବାଂଲାଦେଶକୁ ଭେଟିବ ନ୍ୟୁଜିଲାଣ୍ଡ ।