କନକ ବ୍ୟୁରୋ : ବିଶ୍ୱକପରେ ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ବିଶ୍ୱକପର ଏହି ୨୩ ତମ ମ୍ୟାଚ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ସାମ୍ନାରେ ୩୮୩ ରନର ଟାର୍ଗେଟ ଦେଇଛି ।
ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୮୨ ରନ କରିଛି । ଦକ୍ଷିଣ ଆଫ୍ରିକା ତରଫରୁ ଡି.କକ୍ ୧୭୩ ରନ୍, କ୍ୟାପ୍ଟେନ ଏଡନ ମାର୍କରନ ୬୦ ରନ ଓ ହେନେରିକ କ୍ଲାସନ ୯୦ ରନ କରିଥିଲେ ।
ବାଂଲାଦେଶ ତରଫରୁ ହସନ ମହମୁଦ ୨ଟି ୱିକେଟ ହାସଲ କରିଥିବା ବେଳେ ମେହଦୀ ହସନ ସିରାଜ, ଶାରିପୁଲ ଇସଲାମ, ଶାକିବ୍ ଅଲ୍ ହସନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
Follow Us